ସ୍ୱାମି ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବିବେକାନନ୍ଦ ଜୟନ୍ତି

0
201
ସ୍ୱାମି ବିବେକାନନ୍ଦ ବିଦ୍ୟା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୩/୦୧) : ରାୟଗଡ଼ା ସଦର ମହକୁମା ରିଂ ରୋଡ଼ ସ୍ଥିତ ସ୍ୱାମି ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବିବେକାନନ୍ଦ ଜୟନ୍ତି ଓ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ମହା ସମାରହରେ ପାଳନ କରାଯାଇଛି ।

ସ୍ୱାମି ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବିବେକାନନ୍ଦ ଜୟନ୍ତି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାସଭାର ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ସମ୍ମାନିୟ ଅତିଥି ଭାବେ ରାୟଗଡା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ହେପୃପା, ଓ ମୂଖ୍ୟ ବକ୍ତା ଭାବେ ଜେ.କେ. କାଗଜ କଳ ର ସହ ପ୍ରବନ୍ଧକ ଓ ସାମାଜିକ ଦାୟିତ୍ଵ ବୋଧ ଅଧିକାରୀ ଶ୍ରୀଯୁକ୍ତ ହରିହର ଖମାରୀ ଯୋଗ ଦେଇଥିଲେ । ଅତିଥି ମାନେ ସ୍ଵାମି ବିବେକାନନ୍ଦ ଆଦର୍ଶ ଓ ନୀତି ରେ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ବାର୍ଷିକ କ୍ରୀଡା ରେ କୃତି ପ୍ରତି ଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଗୁରୁଜୀ ଧୀରେନ୍ଦ୍ର ମିଶ୍ର, ଦିଲ୍ଲୀପ ପ୍ରଧାନ, ସହ ସମସ୍ତ ଗୁରୁଜୀ ଗୁରୂମା ସହଯୋଗ କରିଥିଲେ ।