ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

0
134
ଅବସର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୩/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କୁଳୁମୁହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ମହାନ୍ତିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି ।WhatsApp Image 2023 01 12 at 20.10.36 1 ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଏଥିରେ (ସି ଆର ସିସି)ଆଞ୍ଚଳିକ ସାଧନ ଶିକ୍ଷା ସଂଯୋଜକ ଧନେଶ୍ୱର ଜାନୀ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ଓ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀ, ମୁଖ୍ୟ କିରାଣୀ ନାଗଭୁଷଣ ରାଓ, କନିଷ୍ଠ କିରାଣୀ ଗୌରହରି ଜେନା ମଞ୍ଚାସିନ ରହିଥିଲେ । ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଦାୟ କାଳୀନ ସଙ୍ଗୀତ ପରିବେଷଣ କରିଥିଲେ । ମୋହନ ଚରଣ ମହାନ୍ତି ବହୁ ବର୍ଷ ଧରି କୁଳୁମୁହି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦେଇଆସୁଥିଲେ । ସେ ଚାକିରୀ କ୍ଷେତ୍ରରୁ ଅବସର କାଳୀନ ହୋଇଯାଇଥିବାରୁ ତାଙ୍କୁ ଧାମୁଣିପଙ୍ଗା କ୍ଲୋଷ୍ଟର ସ୍ତରରେ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ସେ ପରାଉପକାରୀ, ଛାତ୍ରବତ୍ସଳ, ରହିଥିଲେ । ଏହାକୁ ଶିକ୍ଷକ ବୁଦ୍ଧଦେବ ନାୟକ, ନାଗେଶ୍ୱର କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।