ବ୍ୟକ୍ତି ଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ

0
98
ମୃତ୍ୟୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, (୧୫/୦୧) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତ ଦେଉଳି ଗାଁ’ରେ ଆୟୋଜିତ ହେଉଥିବା ମକର ସଂକ୍ରାନ୍ତି ମେଳା ବେଳେ ଯାତ୍ରା ଦେଖିବାକୁ ଆସି ଜଣେ ବ୍ୟକ୍ତି ଙ୍କ ସନ୍ଧେହ ଜନକ ଭାବେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଭୁସକିମାଲ ଗ୍ରାମ ର ଲାଲ ସାହୁ (୪୭) ଗତ କାଲି ସନ୍ଧ୍ୟାରେ ଯାତ୍ରା ଦେଖିବାକୁ ଆସିଥିଲେ । ହେଲେ ଆଜି ସକାଳୁ ଏକ ବିଲରେ ଶୋଇପଡି ଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ସଇଁନ୍ତଲା ପୁଲିସ କୁ ଖବର ଦେଇଥିଲେ । ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଘଟଣା ସମ୍ପର୍କରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।