୪ ମୋବାଇଲ ଲୁଟେରା ତରଭା ପୁଲିସ ଦ୍ୱାରା ଗିରଫ

0
109
୪

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୧) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଗ୍ରାମାଞ୍ଚଳ ଗୁଡିକ ରେ ଲୁଟେରା ମାନେ ଚାରିଆଡ଼େ ବୁଲି କୌଣସି ବ୍ୟକ୍ତି କୁ ଏକା ଦେଖିଲେ ତାଙ୍କ ଠାରୁ ଧମକ ଚମକ ଦେଇ ଜବରଦସ୍ତି ମୋବାଇଲ ଓ ଟଙ୍କା ପଇସା ଲୁଟି ଫେରାର ହୋଇ ଯାଉଥିଲେ । ୪ ମୋବାଇଲ ଲୁଟେରାଙ୍କୁ ତରଭା ପୁଲିସ ଗିରଫ କରିଛି ।

୪ ମୋବାଇଲ ଲୁଟେରା ତରଭା ପୁଲିସ ଦ୍ୱାରା ଗିରଫ । ଗତ ତା.୧୨.୧.୨୩ ଦିନ ରାତ୍ର ୯ ଘଣ୍ଟା ସମୟରେ ଚାରଭଟା ଛକ ଠାରେ ଚାରଭଟା ଗ୍ରାମର ନିମାଇଁ ଚରଣ ଦୀପ ନାମକ ଜଣେ ବ୍ୟକ୍ତି ଙ୍କୁ ଏକାଥିବା ଦେଖି  କେତେଜଣ ଯୁବକ ତାଙ୍କୁ ଧମକ ଚମକ ଦେଇ ତାଙ୍କର ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ନିମାଇଁ ଙ୍କ ଲିଖିତ ଅଭିଯୋଗ କ୍ରମେ ତରଭା ପୁଲିସ ଥାନା କେସ ନ.୧୦/୨୩ ରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଆଇ ଆଇ ସି ସୁବ୍ରତ କୁମାର ପାଣିଗ୍ରାହୀ କରୁଥିବା ବେଳେ ତା. ୧୩.୧.୨୩ ଦିନ ବଡଭଇଁରୋ ମେଟାକାନୀ ଛକ ଠାରେ କେତେକ ଯୁବକ ସୁକଦେବ ଗୁରୁ ଙ୍କୁ ଏକା ଦେଖି ତାଙ୍କୁ ଧମକ ଚମକ ଦେଇ ତାଙ୍କଠାରୁ ମୋବାଇଲ ଲୁଟି ଫେରାର ହୋଇ ଯାଇଥିଲେ ।

ସୁକଦେବ ଗୁରୁ ଙ୍କ ଲିଖିତ ଅଭିଯୋଗ କ୍ରମେ ତରଭା ପୁଲିସ ଥାନା କେସ ନ.୧୧/୨୩ ରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଏସ ଆଇ ଆରତୀ କହଁର ଦାୟିତ୍ଵ ନେଇଥିଲେ । ପୁଲିସ ତଦନ୍ତ ସମୟରେ କୌଣସି ସୁତ୍ରରୁ ଖବରପାଇ ବିଭିନ୍ନ ଅଞ୍ଚଳ ରୁ ୪ ଜଣ ଯୁବକ ଙ୍କୁ ଥାନାକୁ ଆଣି ତଦନ୍ତ କରି ସେମାନେ ବ୍ୟବହାର କରୁଥିବା ଓଡି-୦୩-ଇ-୨୭୧୫ ଏଭେଞ୍ଜର ବାଇକ କୁ ଜବତ କରିବା ସହିତ ଦୁଇ ଜଣଙ୍କ ଠାରୁ ଲୁଟ ହୋଇଥିବା ଦୁଇ ଗୋଟି ମୋବାଇଲ ବରାମଦ କରିଥିଲା ଓ ଉକ୍ତ ଚାରିଜଣ ବ୍ୟବହାର କରୁଥିବା ୪ ଗୋଟି ମୋବାଇଲ ଜବତ କରିଛି ।

ଅଭିଯୁକ୍ତ ଲୁଟେରା ମାନେ ହେଲେ ପୁଇଁନ୍ତଲା ଥାନା ଅଧିନସ୍ଥ ତଲଗଜ ଗ୍ରାମର ଅରବିନ୍ଦ ଡାଙ୍ଗ (୨୧) ଓ ପବିତ୍ର ମାଝୀ (୨୩), କମସରା ଗ୍ରାମର ରଞ୍ଜିତ ଭୁଏ (୨୪) ଓ କୁନ୍ଦେଇଗଡ ର ସୁବାଷ ପାତ୍ର (୨୩) ହୋଇଥିବା ବେଳେ ସେମାନଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଙ୍କ ସହିତ ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଓ ଏସ ଆଇ ଆରତୀ କହଁର ଉପସ୍ଥିତ ଥିଲେ ।