ଶିଶୁ କନ୍ୟା କୁ ପୋଖରୀ ହୁଡ଼ାରେ ଛାଡ଼ି ପଳାଇଲେ

0
100
ଶିଶୁ କନ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ମୋହନା, (୧୭/୦୧) : ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁ’ର ଏକ ପୋଖରୀ ହୁଡ଼ାରୁ ଏକ ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି । କେତେବେଳେ ଡାକ୍ତରଖାନା ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ । ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ।

ଆଜି ସକାଳେ ଗାଁ’ର କିଛି ମହିଳା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଶିଶୁ କନ୍ୟାଟିର କାନ୍ଦ ଶୁଣିଥିଲେ । ଏକ ଟି ଶାର୍ଟ ଘୋଡ଼ାଇ କେହି ଶିଶୁ କନ୍ୟା କୁ ପୋଖରୀ ହୁଡ଼ାରେ ଛାଡ଼ି ପଳାଇଥିଲେ । ଗାଁ’ର ସସ୍ମିତା ନାୟକ ଶିଶୁକନ୍ୟାଟିକୁ ତାଙ୍କ ଘରେ ରଖିଛନ୍ତି । ଶିଶୁକନ୍ୟାଟି ୨ ଦିନର ହେବ ବୋଲି କୁହାଯାଉଛି । ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି । ତେବେ ଖବର ଲେଖାଯିବା ବେଳକୁ ଚାଇଲ୍ଡ ଲାଇନ୍‌ର ସଦସ୍ୟମାନେ ଗାଁ’ରେ ପହଞ୍ଚି ନଥିଲେ । ଶିଶୁ କନ୍ୟାକୁ ରଖିଥିବା ସସ୍ମିତା ନାୟକ କହିଛନ୍ତି, ମୋର ଛୁଆପିଲା ନାହାଁନ୍ତି । ଛୁଆଟିକୁ ମୋ ପାଖରେ ରଖିଛି ।