ଚଡେଇପଙ୍କ ଛକ ରୁ ୪ଜଣଙ୍କୁ ଗିରଫ କଲା ପୋଲିସ୍

0
103
ଚଡେଇପଙ୍କ

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା, (୧୮/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଛକ ଠାରେ ୪ଜଣ ଙ୍କୁ ଗିରଫ କରିଛି ଉଲୁଣ୍ଡା ପୋଲିସ ।

ଦୁବୃର୍ତ୍ତ ମାନେ ବନ୍ଧୁକ ଦେଖାଇ ଲୁଟ ଘଟଣା ରେ ୨ ନାବାଳକ ସମେତ ୪ଜଣ ଗିରଫ ହୋଇଛନ୍ତି । ଯାହା ଫଳରେ ଆପାଚି ବାଇକ୍, ମୋବାଇଲ୍, ବନ୍ଧୁକ ଜବତ କରାଯାଇଛି । ଏ ନେଇ ଏକ ହାୱା ଯୋଗେ ବାଲି ବୋଝେଇ ଗାଡି କୁତମେଣ୍ଡା ତେଲ ମିଲ କୁ ଆସୁଥିବା ବେଳେ ଚଡେଇପଙ୍କ ଛକ ଠାରେ ୪ ଜଣ ଦୁବୃର୍ତ୍ତ ମାନେ ଏକ ଆପାଚି ବାଇକ୍ ରେ ଆସି ସେହି ହାୱ । ଗାଡି କୁ ଅଟକାଇଥିଲେ । ସେହି ଯାଗାରେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଗାଳି ଗୁଳଜ କରିଥିଲେ ।

ଦୁବୃର୍ତ୍ତ ମାନେ ହେଲପର କୁ ମାଡ ମାରିବା ସହ ଗୋଟିଏ ମୋବାଇଲ୍, ୬୫୦୦ ଟଙ୍କା ଲୁଟି ନେଇ ଫେରାର ମାରିଥିଲେ । ତା’ପରେ ହେଲପର ଉଲୁଣ୍ଡା ଥାନା ରେ ଅଭିଯୋଗ କରିଥିଲେ । ତା ପରେ ପୋଲିସ ତଦନ୍ତ ରେ ଯାଇ ୪ଜଣଙ୍କୁ ଗିରଫ କରିଥିଲା । ଦୁବୃର୍ତ୍ତ ମାନେ ବ୍ୟବହାର କରିଥିବା ଆପାଚି ବାଇକ୍, ୬ଟି ମୋବାଇଲ୍, ବନ୍ଧୁକ ଓ ନଗଦ ୬୫୦୦ ଟଙ୍କା ଜବତ କରିଥିଲେ । ଆଜି ୨ଜଣ ଙ୍କୁ କୋର୍ଟ ଚାଲାଣ ଓ ନାବାଳକ କୁ ମଧ୍ୟ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ଡୋଳାମଣି ଭୋଇ ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅନିତା କିଡୋ ମଧ୍ୟ ଉପସ୍ଥିତ ଥିଲେ ।