କଳିଙ୍ଗ ରେ ଭାରତ ଭେଟିବ ୱେଲ୍ସକୁ

0
92
କଳିଙ୍ଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୧) : ପୁରୁଷ ହକି ବିଶ୍ୱକପରେ ଆଜି ହାଇଭୋଲଟେଜ୍ ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ହେବ ଭାରତ ବନାମ ୱେଲ୍ସ ଲଢେଇ ।

ଅଭିଜ୍ଞ ଭାରତୀୟ ଖେଳାଳିଙ୍କ ସହ ଟକ୍କର ଲଗାଇବେ ୱେଲ୍ସର ନବାଗତ ଖେଳାଳି। ଉଦଘାଟନୀ ମ୍ୟାଚରେ ସ୍ପେନକୁ ପରାସ୍ତ କରିବା ପରେ ଇଂଲଣ୍ଡ ସହ ମ୍ୟାଚକୁ ଡ୍ର ରଖିଥିଲା ଭାରତ । ଆଜି କଳିଙ୍ଗ ଷ୍ଟାଡିୟମରେ ଅନ୍ତିମ ପୁଲ ମ୍ୟାଚରେ ୱେଲ୍ସକୁ ହରାଇ କ୍ୱାଟର କୁ ଉତ୍ତୀର୍ଣ୍ଣ ହେବାକୁ ଜୋରଦାର ପ୍ରୟାସ କରିବ ଭାରତ ।

ସିଧାସଳଖ କ୍ୱାଟର ଫାଇନାଲକୁ ଯିବାକୁ ହେଲେ ଭାରତକୁ ଟେବୁଲ ଟପର ହେବାକୁ ପଡିବ। ଅଭିଜ୍ଞତାପୂର୍ଣ୍ଣ ଭାରତୀୟ ଦଳକୁ ଟକ୍କର ଦେବାକୁ ୱେଲ୍ସ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । କଳିଙ୍ଗ ଷ୍ଟାଡିୟମରେ ଆଜି ପୁରୁଷ ହକି ବିଶ୍ୱକପର ୪ ଟି ମ୍ୟାଚ ଖେଳାଯିବ। ପୁଲ ସି’ର ପ୍ରଥମ ମ୍ୟାଚ ଦିନ ୧ ଟାରେ ମାଲେସିଆ ଓ ନ୍ୟୁଜିଲାଣ୍ଡ, ଅପରାହ୍ନ ୩ ଟାରୁ ଚିଲି ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ପରେ ଅପରାହ୍ନ ୫ ଟାରେ ପୁଲ ଡି’ରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ଥିବା ବେଳେ ସନ୍ଧ୍ୟା ୭ ଟାରେ ୱେଲ୍ସକୁ ଭେଟିବ ଭାରତୀୟ ଦଳ ।