ଶିମିଳିପାଳରେ ମାତିଛନ୍ତି ବାଘ ଶିକାରୀ

0
102
ଶିମିଳିପାଳରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୯/୦୧) : ଶିମିଳିପାଳରେ ମାତିଛନ୍ତି ବାଘ ଶିକାରୀ । ଆଉ ବାଘ ଶିକାରୀଙ୍କୁ କିଏ ଦେଉଛି ସୁରକ୍ଷା ତାହାକୁ ନେଇ ଉଛିଠି ପ୍ରଶ୍ନ । ପୁଣି ୩ ଜଣ ବାଘଛାଲ ବେପାରୀକୁ ଗିରଫ କରିବା ସହିତ ବାଘଛାଲ ଜବତ କରିଛି ପୋଲିସ ।

ଶିମିଳିପାଳରେ ମାତିଛନ୍ତି ବାଘ ଶିକାରୀ । ରାତି ଅଧରେ ଖୁଣ୍ଟା ପୋଲିସ ସ୍ଥାନୀୟ ବଡ଼ଅଳିଆ ଗ୍ରାମରେ ଚଢ଼ାଉ କରିଥିବା ବେଳେ ବିକ୍ରି ନିମନ୍ତେ ରଖାଯାଇଥିବା ବାଘଛାଲକୁ ପୋଲିସ ଜବତ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଶିକାରୀ ଜଣକ ବାଘ ଛାଲ ଘର ଭିତରେ ଏକ ବାକ୍ସରେ ରଖିଥିବା ବେଳେ ପୋଲିସ ତା ନିକଟରୁ ବାଘ ଛାଲ ଜବତ କରିବା ସହିତ ଅଭିଯୁକ୍ତ ବେପାରୀକୁ ଗିରଫ କରିଛି ।

ବାଘ ଛାଲ ଏହି ବେପାରୀ ନିକଟକୁ କେମିତି ଆସିଲା । କିଏ ଆଣି ଦେଇଥିଲା ବା ବେପାରୀ ଜଣକ ନିଜେ ଶିକାର କରି ବାଘଛାଲ ବେପାର ନିମନ୍ତେ ରଖିଥିଲା ତାହାର ତଦନ୍ତ କରୁଛି ପୋଲିସ । ଜବତ ବାଘଛାଲଟି ଏକ କଲରାପତରିଆ ବାଘର ଛାଲ ହୋଇଥିବା ବେଳେ ଏହାର ଲମ୍ବ ୧୬୫ ସେଣ୍ଟିମିଟର ଏବଂ ଏହି ବାଘର ବୟସ ୭ ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଏକ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ ଏବଂ ତ୍ରିଲୋଚନ ସାହୁ କୁ ଗିରଫ କରିବା ପରେ ସେମାନଙ୍କୁ ବାଘଛାଲ ବିକ୍ରି କରିଥିବା ବେପାରୀ ବଣିଆବସା ଗ୍ରାମର ଗେଣ୍ଡୁରୁ ହୋ କୁ ପୋଲିସ ଗିରଫ କରିଛି ।