ବେଳାଭୂମି ରେ ମାଳମାଳ ମଲାକଇଁଛ

0
273
ବେଳାଭୂମି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୯/୦୧) : କୃଷ୍ଣପ୍ରସାଦ ସିଆଣ୍ଡି ସମୁଦ୍ର ବେଳାଭୂମି ରେ ମାଳମାଳ ମଲାକଇଁଛ । ପୁରୀ ଏନ୍ତୁଡି ଶାଳ ପାଲଟିଛି ଶବର ଗନ୍ତାଘର ।

ନୂଆପଡା ରେଞ୍ଜ ସିଆଣ୍ଡି ବେଳାଭୂମି ରେ ପଡିଛି ମାଳମାଳ ମଲାକଇଁଛ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବୃଧି ପାଇବାରେ ଲାଗିଛି କଇଁଛ ମୃତ୍ୟୁ ସଂଖ୍ୟା। କଇଁଛ ସୁରକ୍ଷା ରେ ବିଫଳ ବନବିଭାଗ, ସକ୍ରୀୟ ହୋଇ ଉଠିଛନ୍ତି ଟ୍ରଲର । ଅବୈଧ ଭାବରେ ସମୁଦ୍ର କୂଳରେ ମାଛ ମାରୁଛନ୍ତି ମାଳମାଳ ଟ୍ରଲର । ସବୁଦେଖି ଚୁପ୍ ବସିଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ବିଭାଗ

ଚଳିତ ବର୍ଷ କଇଁଛ ସୁରକ୍ଷା ପାଇଁ ତିନୋଟି ରେଞ୍ଜକୁ ମିଳିଛି ଗୋଟିଏ ଟ୍ରଲର । ପାଳି କରି ସାତପଡା, ନୂଆପଡା ଓ ରମ୍ଭା ରେଞ୍ଜର ଅଧିକାରୀ ନାଁକୁ ମାତ୍ର କରୁଛନ୍ତି ସମୁଦ୍ରରେ ପ୍ରାଟୋଲିଂ । ପ୍ରତିଦିନ ସମୁଦ୍ରରେ ଟ୍ରଲର ମାଛ ମାରୁଥିବା ବେଳେ ମାସକୁ ୨ ଥର ପ୍ରାଟୋଲିଂ କରୁଛି ବନବିଭାଗ ଟ୍ରଲର । ପ୍ରଶ୍ନ ଉଠୁଛି କଇଁଚ ଙ୍କୁ ସୁରକ୍ଷା ଦେବାକୁ ନିୟୋଜିତ ହୋଇଛି ଟ୍ରଲର, ନାଁ କଇଁଛ କୁ ମୃତ୍ୟୁ ମୁଁହକୁ ଠେଲିବାକୁ ? କଇଁଛ ସୁରକ୍ଷା ଦେଇପାରୁନି କି ବନ ବିଭାଗ?