ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଏକ ବହୁ ପ୍ରତିଭାର ଅଧିକାରିଣୀ ଭାବରେ ସୁ ପରିଚିତ

0
107
ଜିଲ୍ଲାପାଳ ଅବୋଲୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୧) : ସଂସ୍କୃତି ସମ୍ପର୍ଣ୍ଣ ଜିଲ୍ଲା ସୁବର୍ଣ୍ଣପୁର ର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଏକ ବହୁ ପ୍ରତିଭାର ଅଧିକାରିଣୀ ଭାବରେ ସୁ ପରିଚିତ ।

ନିକଟରେ ସୁବର୍ଣ୍ଣ ଲୋକ ମହୋତ୍ସବରେ କଥକ୍ ଫର୍ମ ରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ବାଲ୍ୟବିବାହ ବିରୋଧରେ ଏକ ସଚେତନ ଧର୍ମୀ ନୃତ୍ୟ କରି ସାରାଦେଶରେ ଖୁବ୍ ପ୍ରଶଂସିତ ହୋଇଥିଲା ବେଳେ ଗତକାଲି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ମହୋତ୍ସବ ର ସମୀକ୍ଷା ବୈଠକରେ ଯୋଗଦେଇଥିବା ଜିଲ୍ଲାର ବୁଦ୍ଧିଜୀବୀ, ସାମ୍ବାଦିକ, କମିଟି କର୍ମକର୍ତ୍ତା, ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତି ରେ ଜିଲ୍ଲା ମହୋତ୍ସବ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମହୋତ୍ସବର ସଫଳତା ପାଇଁ କମିଟି କର୍ମକର୍ତ୍ତା ତଥା ଜନସାଧାରଣ ଙ୍କ ଆକୁଣ୍ଠ ସମର୍ଥନ ଯୋଗୁଁ ଏହା ଶତପ୍ରତିଶତ ସମ୍ଭବ ହୋଇପାରିଥିବା କହିଥିବା ବେଳେ ମହୋତ୍ସବ ବେଳେ ସେ କଥକ୍ ନୃତ୍ୟ କରିଥିବା ହିନ୍ଦୀଗୀତ କୁ ମଧ୍ୟ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ମହୋତ୍ସବ ରେ ଯୋଗଦେଇ ଥିବା ସମସ୍ତ କଳାକାର ଙ୍କର ପ୍ରତିଟି ଶୈଳୀ କୁ ମଧ୍ୟ ସେ ଖୁବ୍ ଅନୁଧ୍ୟାନ କରି ଲୋକଗୀତ ଓ ନାଚ ର ବହୁତ ପ୍ରଶଂସା କରିଥିଲେ ।