ଭଣ୍ଡାର ରେ କଂଗ୍ରେସ ର ସମାବେଶ

0
122
ଭଣ୍ଡାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଓ ନଗର କଂଗ୍ରେସ ର କାର୍ଯ୍ୟକର୍ତ୍ତା ମାନଙ୍କ ସାଧାରଣ ବୈଠକ ଭଣ୍ଡାର ଫୁଟବଲ ପଡିଆ ଠାରେ ବ୍ଲକ ସଭାପତି ରବିନ୍ଦ୍ର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଭଣ୍ଡାର ରେ ପ୍ରାୟ ୩ଶହ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଆଗାମୀ ୨୦୨୪ ରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ କିପରି ଦମଦାର ହିସାବରେ ଲଢେଇ କରିବା ସହିତ ସାଙ୍ଗଠନିକ ସ୍ଥିତି କିପରି ସୁଦୃଢ ହେବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ପ୍ରଦୀପ ସେଠି, ସନ୍ତୋଷ ପଣ୍ଡା, ନରେନ୍ଦ୍ର ସାହୁ, ନରେନ୍ଦ୍ର ପଣ୍ଡା, ସ୍ଵପ୍ନେଶ୍ଵର ପୃଷ୍ଟି, ପଦ୍ମିନୀ ଭୋଇ, ସଂଗ୍ରାମ କେଶରୀ ନାୟକ, ଅଜିତ ଦାଶ, ପଞ୍ଚାନନ ପାତ୍ର, ସୂର୍ଯ୍ୟ କୁମାର କ୍ଷେତି, ଉମାକାନ୍ତ ଦୀପ, ବିଜୟ ଭୋଇ,ଗୋବିନ୍ଦା ଝାଙ୍କର, ବିପିନ ବିହାରୀ ମେହେର,ଶିବପ୍ରସାଦ ଖମାରୀ, ମହେନ୍ଦ୍ର ଥନାପତି, ସୁମନ୍ତ ସାହୁ, ମଞ୍ଜୁଲତା ମହାନନ୍ଦ, ନନ୍ଦୀ ପଣ୍ଡା, ବିଦ୍ୟାଧର ଖମାରୀ ପ୍ରମୁଖ ଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।