ଡ଼କାୟତି ଘଟଣାରେ ମିଳିଲା ସିସି ଟିଭି ଭିଜୁଆଲ

0
171

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୩/୦୧) : ଡ଼କାୟତି ଘଟଣାରେ ମିଳିଲା ସିସି ଟିଭି ଭିଜୁଆଲ । ୩ ଜଣକୁ ଅଟକ ରଖି ପୋଲିସ ର ତଦନ୍ତ ଆରମ୍ଭ ।

ଗତକାଲି ରାମଚନ୍ଦ୍ରପୁର ଥାନା ହସନପୁର ଛକ ନିକଟରେ ଥିବା କବାଡ଼ିଆ ଦୋକାନରୁ ସଶସ୍ତ୍ର ଡ଼କାୟତି କରିଥିଲେ ୩ ଜଣ ଯୁବକ । ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ସମେତ ସୁନା ଚେନ ଓ ମୋବାଇଲ ଲୁଟି ନେବାପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ସିସି ଟିଭି ଭିଜୁଆଲ ସାମ୍ନା କୁ ଆସିବା ପରେ ପୋଲିସ୍ ତଦନ୍ତ ଜୋରଦାର କରିଥିଲା । ଚୋରି ହୋଇଥିବା ମୋବାଇଲ ଦାନ୍ତିଆ ଗାଁ ନିକଟରେ ରାସ୍ତା କଡ଼ରୁ ଉଦ୍ଧାର କରିବା ପରେ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।