୨୧ ଟିକିଆ ହାତୀପଲ : ଗଜରାଜ ଆତଙ୍କରେ ଗାଁ ଲୋକେ ଭୟବିତ

0
839
୨୧

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୩/୦୧) : କଳାହାଣ୍ଡି କେସିଙ୍ଗା ରେଞ୍ଜ ରେଙ୍ଗାଲି ପାହାଡ଼ରେ ୨୧ ଟିକିଆ ହାତୀପଲ ରହିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଏହି ହାତୀପଲ ହାବୁଡ଼ରେ ପଡ଼ି ଗତ ଶନିବାର ଦିନ ନର୍ଲା ବ୍ଲକ ବାଗପୁର ଗାଁ’ର ଚମ୍ପା ଗୌଡ଼ଙ୍କ ଜୀବନ ଯାଇଛି । ବର୍ତ୍ତମାନ ହାତୀପଲଟି ଜଙ୍ଗଲ କୁ ନଫେରି ରେଙ୍ଗାଲି ପାହାଡ଼ ଉପରେ ଥିବା ଦେଖିବାକୁ ମିଳିଛି । ସେହିପରି ରୁପ୍ରାରୋଡ୍ ସେକ୍ସନ୍ ଅଧୀନ ରୁପ୍ରା ନିକଟ କର୍ମେଗାଁ ପଞ୍ଚାୟତ ଟାଙ୍ଗିରି ଡଙ୍ଗର ରେ ୨୧ ଟିକିଆ ହାତୀପଲ ଥିବା ଆଜି ସକାଳେ ଚାଷୀ ଦେଖିବାକୁ ପାଇଥିଲେ । ଏବାବଦରେ ବନ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଛନ୍ତି ହାତୀପଲ ରେ ଗୋଟିଏ ଦନ୍ତା, ୩ ଟି ଦନ୍ତାହାତୀ, ୧୧ ଟି ମାଈ ହାତୀ ଓ ୬ ଟି ଛୋଟ ହାତୀ ଥିବା ଜଣାପଡିଛି ।