ହରଭଙ୍ଗା ଲୋକ ମହାତ୍ସବ ର ଦ୍ୱିତୀୟ ସନ୍ଧ୍ୟା

0
97
ହରଭଙ୍ଗା ଲୋକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୮/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଅଞ୍ଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ହରଭଙ୍ଗା ଲୋକ ମହାତ୍ସବ ର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ୯ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତଥା ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଉପସ୍ଥିତ ଥିବାବେଳେ ସମ୍ମାନିତ ଅଥିତି ଭାବେ କୁସଙ୍ଗ ସରପଞ୍ଚ ଜିତେନ୍ଦ୍ର ବେହେରା, ସଂକୁଲୋଇ ସରପଞ୍ଚ ସୁଚିତ୍ରା ଛନ୍ଦ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ମହୋତ୍ସବ କମିଟି ର ସଭାପତି ସୁବୋଧ ପ୍ରଧାନ, ହରଭଙ୍ଗା ପଂଚାୟତ କଲେଜ ର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା, ଇଂ ଆସୋତାଶ ମହାପାତ୍ର ଉପସ୍ଥିତ ରହିଥିବା ବେଳେ ସିନେ ନିର୍ଦ୍ଦେଶକ ବନମାଳୀ ରଣା ମଞ୍ଚ ପରିଚାଳନାକରିଥିଲେ ।

ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଢୋଲ ମହୁରୀ -ବଲାଙ୍ଗୀର, ବଉଳି -କଣ୍ଟାମାଳ ଓ ଦଣ୍ଡ ନାଚ ହରଭଙ୍ଗା ଙ୍କ ଦ୍ୱାରା ନାଚ ଗୀତ ସହିତ ସୁନାମ ଧନ୍ୟା କଣ୍ଠଶିଳ୍ପୀ ନୀଳିମା ମହାନ୍ତି ଙ୍କ ଦ୍ୱାରା ସଂଗୀତ ପରିବେଷଣ ଜନସାଧାରଣ ଙ୍କୁ ମୋହିତ କରିଥିଲା । ମହୋତ୍ସବ ରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଷ୍ଟଲ, ମିନାବଜାରରେ ଲୋକଙ୍କ ଭିଡ଼ ଜମିଥିଲା । ଦ୍ୱିତୀୟ ସନ୍ଧ୍ୟା ରେ ହରଭଙ୍ଗା ଡ୍ରାଇଭର ମହାସଂଘ ଓ ମହୋତ୍ସବ କମିଟିର ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।