ହରଭଙ୍ଗା ପ୍ରାଣୀଧନ ଚିକିତ୍ସାଳୟ ଠାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ

0
139
ହରଭଙ୍ଗା ପ୍ରାଣୀଧନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୧/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରାଣୀଧନ ଚିକିତ୍ସାଳୟ ଠାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 11 01 at 10.09.37 ହରଭଙ୍ଗା ପ୍ରାଣୀଧନ ଚିକିତ୍ସାଳୟ ଠାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ

ହରଭଙ୍ଗା ପ୍ରାଣୀଧନ ଚିକିତ୍ସାଳୟ ଠାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ କାର୍ଯ୍ୟକ୍ରମ ରେ ଡିଆଁଘାଟ, ହରଭଙ୍ଗା, ସମ୍ବଲପୁର, ସୁରୁଣ୍ଡି, ଭେଜିଗୋରା, ଆଦି ଗ୍ରାମର ଚାଷୀ ଉପସ୍ଥିତ ଥିଲେ । ଚିକିତ୍ସା ଶିବିର ରେ ପ୍ରାୟ ୩ ଶହ ପ୍ରାଣୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟୀକାକରଣ କରାଯିବା ସହ ଔଷଧ ବିତରଣ କରଯାଇଥିଲା । ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଡ଼. ମିଳିନ ରାଉତ ଉପସ୍ଥିତ ଚାଷୀ ମାନଙ୍କୁ ଗୋ-ପାଳନର ଆବଶ୍ୟକତା ଓ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ ।

ଭ୍ରାମ୍ୟମାଣ ଚିକିତ୍ସାଧିକାରୀ ଡ଼. ପ୍ରତିଭା ପାଢ଼ୀ ଗୋ-ସମ୍ବର୍ଦ୍ଧନା ର ମାହାତ୍ମ୍ୟ ଉପରେ ନିଜର ମତ ରଖିଥିଲେ । ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିରେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ, ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର, ଅକ୍ଷୟ ନାୟକ, ପ୍ରମିଲ ମହାକୁଡ଼, ନିଲାଞ୍ଚଳ ମିଶ୍ର, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।