ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଦଲାଲ ଙ୍କ ମାତ୍ରାଧିକ ଦୌରାତ୍ମ୍ୟ

0
231
ଉପ ଜିଲ୍ଲାପାଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୦/୦୨) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସବ ଡିଭିଜନ ଅନ୍ତର୍ଗତ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ବିଭିନ୍ନ ବିଭାଗ ରେ ବ୍ୟାପକ ଅନିୟମିତତା ଓ ଦଲାଲ ଙ୍କ ପ୍ରାଦୁର୍ଭାବ ନେଇ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି ।WhatsApp Image 2023 02 10 at 17.50.37 ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଦଲାଲ ଙ୍କ ମାତ୍ରାଧିକ ଦୌରାତ୍ମ୍ୟ

ପ୍ରକାଶ ଯେ, ବିଭିନ୍ନ ବିଭାଗରେ ଜଗି ରହିଥିବା ଦଲାଲ ଓ କିଛି ମହିଳା ଦଲାଲ ନା ନା ଆଳରେ ଆଖ, ପାଖ ତଥା ଦୁର, ଦୁରାନ୍ତ ରୁ ଆସୁଥିବା ଲୋକ ଙ୍କୁ ଠକେଇ କରି ବ୍ୟାପକ ଟଙ୍କା ଦାବି କରି ନେଉଛନ୍ତି । ଏପରିକି ଆଧାର କାର୍ଡ ପରି ଜରୁରୀ ପରିଚୟ ପତ୍ର ନିମନ୍ତେ ପାଞ୍ଚ ଶହ ଟଙ୍କା ରୁ ପନ୍ଦର ଶହ ଟଙ୍କା ଖୋଲା, ଖୋଲି ଦାବି କରି ଆଦାୟ କରିବା ବାରମ୍ୱାର ଅଭିଯୋଗ ହୋଇଆସୁଛି । ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ବିଭିନ୍ନ ଆବେଦନ, ନିଦେଦନ କରି ଆସିଥିବା ଲୋକ ଙ୍କ ନିମନ୍ତ ଆବେଦନ ପତ୍ର ଲେଖିଦେବା ପାଇଁ ଶହ, ଶହ ଟଙ୍କା ଆଦାୟ କରାଯାଉଛି ।

ସେହିପରି ତହସିଲ ବିଭାଗ, ରେଭିନ୍ୟୁ ଇନ୍ସପେକ୍ଟର ବା ଆର ଆଇ କାର୍ଯ୍ୟାଳୟ, ଉପ ନିବନ୍ଧକ ଙ୍କ କାର୍ଯ୍ୟାଳୟ କୁ ଆସୁଥିବା ଲୋକ ଙ୍କୁ ଠକେଇ କରି ନା ନା ଆଳରେ ଟଙ୍କା ନେଇ ହଇରାଣ, ହରକତ ଦୀର୍ଘ ଦିନ ଧରି କରି ଆସୁଥିବା ବେଳେ ଏ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସରଳ ଲୋକଙ୍କୁ ନିଜକୁ କାର୍ଯ୍ୟାଳୟ ର ବିଭିନ୍ନ ପ୍ରକାର ପଦବୀ ର କର୍ମଚାରୀ ବୋଲି ନିଜ ପରିଚୟ ଦେବା ଏପରିକି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଆସୁଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ, କିଛି ମହିଳା ଯଥା କଣ୍ଟାବାଞ୍ଜି ରୁ ଆସିରହୁଥିବା ଜଣେ ମହିଳା ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଗତ ତା୦୯,୦୨,୨୦୨୩ ଦିନ ମୁରିବାହାଲ୍ ର ଭୀଷ୍ମ ମାଝୀ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୧୩୦୦୦/- ଟଙ୍କା ଜମି ରେଜିଷ୍ଟ୍ରି କରି ଦେବୀ କହି ନେଇଥିଲେ ।

ପୂର୍ବରୁ ଉକ୍ତ ବ୍ୟକ୍ତି ଙ୍କ ନିକଟରୁ ୧୦ ହଜାର ଟଙ୍କା ନେଇଥିବା ବେଳେ ସେ ଅନଲାଇନ ରେ ଅସୁବିଧା ଅଛି କହି ବାହାନା ବଖାଣି ଆସୁଥିଲେ । ଏ ନେଇ ସେ କାର୍ଯ୍ୟାଳୟ ଗୁଡିକ ରେ ବୁଝି ଜାଣିଲେ ଯେ କୌଣସି ପ୍ରକାର ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇନି । ଏପରି ଘଟଣା ନିୟମିତ ଭାବେ ଘଟି ଚାଲୁଥିବା ବେଳେ ଏ ନେଇ ଟିଟିଲାଗଡ ଉପଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ମହୋଦୟ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି ।