ଜୟପାଙ୍ଗା ଛକ ନିକଟରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ୪ ବାଇକ୍ ଜବତ

0
107
ଜୟପାଙ୍ଗା

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୦/୦୨) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ପୋଲିସ ପକ୍ଷରୁ ଗତ କାଲି ପ୍ରାୟ ୧୧ ଘଟିକା ସମୟରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଜୟପାଙ୍ଗା ଛକ ନିକଟରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।WhatsApp Image 2023 02 12 at 10.48.46 ଜୟପାଙ୍ଗା ଛକ ନିକଟରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ୪ ବାଇକ୍ ଜବତ

ରାୟଗଡ଼ା ଏସ.ପି ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଗୁଡାରୀ ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର ଙ୍କ ନେତୃତ୍ୱରେ ଗୁମୁଡା ପାଣ୍ତି ଅଧିକାରୀ ଓ ପୋଲିସ ଙ୍କ ସହାୟତାରେ ଜୟପାଙ୍ଗା ଛକ ନିକଟରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ନାଇଟ ପାଟ୍ରୋଲିଂ ସମୟରେ ଛଅ ଜଣ ଙ୍କ ମଧ୍ୟରୁ ତିନି ଜଣ ଖସିଯାଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତିନି ଜଣ ଗିରଫ ଥିବା ସହ ଚାରିଗୋଟି ବାଇକ୍ ଜବତ ହୋଇଛି । ଏହି ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଛଅ ଲକ୍ଷ ତିରିଶି ହଜାର ଟଙ୍କା ବୋଲି ସୂଚନା ମିଳିଛି । ଗୁଡ଼ାରୀ ଥାନା ଅଧିକାରୀ କହିବା ଅନୁଯାୟୀ ଗିରଫ ତିନି ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।