ରାଷ୍ଟ୍ରୀୟ ନାଟ ମେଲା ର ଦ୍ୱିତୀୟ ସନ୍ଧ୍ୟା

0
89
ରାଷ୍ଟ୍ରୀୟ ନାଟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୨) : ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ୍ ନାଟ୍ ତରଫରୁ ଗତକାଲିଠାରୁ ଚାଲିଥିବା ୩ଦିନିଆ ରାଷ୍ଟ୍ରୀୟ ନାଟ ମେଲା ର ଆଜି ଦ୍ୱିତୀୟ ଦିବସରେ ଅତିଥି ଭାବରେ ନାଟ୍ୟକାର କେଶରଞ୍ଜନ ପଧାନ, ଅଶୋକ ବହିଦାର, ଗୌରୀଶ୍ୟାମ ପଣ୍ଡା, ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁର ର ନାଟ୍ ଅନୁଷ୍ଠାନ ର ପ୍ରୟାସ କୁ ଭୂରିଭୂରି ପ୍ରଶଂସା କରିବାସହ ସମସ୍ତ କଳକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ଅନୁଷ୍ଠାନର ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳୀ ପଣ୍ଡା, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଚଳିତ ବର୍ଷ ସ୍ୱର୍ଗତ ଅଟଳବିହାରୀ ପଣ୍ଡା ଙ୍କ ସୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ରାଷ୍ଟ୍ରୀୟ ନାଟ ମେଲା ରେ କେବଳ ସମ୍ବଲପୁରୀ କୋଶଲୀ ନାଟ ସବୁ ସ୍ଥାନ ପାଇଥିବାବେଳେ ଆଜି ତିନୋଟି ବହୁ ଉଚ୍ଚ ସ୍ତରୀୟ ନାଟକ ପରିବେଷଣ ହୋଇଥିଲା । ପ୍ରଥମ ନାଟକ ବାମଣ୍ଡା କଳାକାର ସଂଘ ଦେବଗଡ଼ ପ୍ରାୟୋଜିତ ଆଶିଷ ସୋନାର ମଙ୍ଗଳ ମହାକୁଡ ଙ୍କ ନିର୍ଦ୍ଦେଶିତ ‘କେଡା’ ରେ ଭଗବାନ ଙ୍କ ସୃଷ୍ଟି ଏକ ବିଚିତ୍ର ତାଙ୍କର ସୃଷ୍ଟିରେ ସମସ୍ତ ଙ୍କର ବଞ୍ଚିବା ଅଧିକାର ରହିଛି ହେଲେ ଏକ ଦିବ୍ୟାଙ୍ଗ ଜନ୍ମ ସମୟରୁ ଶରୀରର ସମସ୍ତ ଅଙ୍ଗ ଅକାମୀ ହୋଇଯାଇ ଥିବା କେଡା ଦୀନ ଓ ସରର ଏକମାତ୍ର ପୁତ୍ର ଭାବରେ ସମାଜରେ ବଞ୍ଚିରହିବା ଏକ ଦୁର୍ବିସହ ବୋଝ ଭଳି ଯୁଝୁଥାଏ । ଏହା ଭଗବାନ ଙ୍କ ସୃଷ୍ଟି ର କେଉଁ ଦିଗକୁ ଇଂଗିତ କରୁଥାଏ ଏଭଳି ଏକ ବିଷୟବସ୍ତୁ ଉପରେ ଆଧାରିତ କେଡା ଉପସ୍ଥିତ ଦର୍ଶକଙ୍କ ଉପରେ ଗଭୀର ରେଖାପାତ ସୃଷ୍ଟି କରିଥିଲା ।

ସେହିପରି ଦ୍ୱିତୀୟ ନାଟକ ଟି ପଦ୍ମପୁର ର ‘ଲୁ’ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଓ ନିର୍ଦ୍ଦେଶକ କେଶ ରଞ୍ଜନ ପଧାନ, ଅଶୋକ ମିଶ୍ର ଜଗନ୍ନାଥ ସେଠ୍ ଙ୍କର ନାଟକ ‘ଗାନ୍ଧୀ ଛକ’ ରେ ମହାତ୍ମାଗାନ୍ଧୀ ଙ୍କୁ ସାଂପ୍ରତିକ ପରିସ୍ଥିତି ରେ ମଣିଷ କେବଳ ଏକ ଷ୍ଟେଚ୍ୟୁ ସ୍ଥାପନା କରିଦେଇ ନିଜ ଦାୟିତ୍ୱ ସମାପ୍ତ କରିଥିବା ବେଳେ ଏକ ଅସହାୟ ଅବସ୍ଥାରେ ଓ ଅବହେଳିତ ର ଚରମ ଉଦାହରଣ ସାଜିଥାଏ । ସେ ପରିବେଶ ରେ କେବେ ପିଲାମାନଙ୍କର କ୍ରିକେଟ ଷ୍ଟମ୍ପ ତ କେବେ ଚଉହଦିରେ ଡ଼ଷ୍ଟବିନ ଭଳି ବ୍ୟବହାର କରିବାକୁ ସଂକୋଚ କରିନଥାଏ ଏ ସ୍ୱାର୍ଥପର ମଣିଷ ଏପରି ଏକ ଶିକ୍ଷଣୀୟ କାହାଣୀ କୁ ନେଇ ଉପସ୍ଥାପନ କରାଯାଇଥିଲା ।

ସେହିପରି ତୃତୀୟ ନାଟକ ଟି ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ସମ୍ବଲପୁର ପ୍ରାୟୋଜିତ ସନ୍ତୋଷ କୁମାର ମିଶ୍ର ଙ୍କ ରଚିତ ଓ ନିର୍ଦ୍ଦେଶିତ ‘ଭାଗ ‘ ନାଟକଟିରେ ସଂପର୍କ କୁ ନିବିଡ ଭାବରେ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦେବା ଉପରେହିଁ ପର୍ଯ୍ୟବେସିତ ଥିବାବେଳେ ବର୍ତ୍ତମାନ ର ସାଂପ୍ରତିକ ପରିସ୍ଥିତି ରେ ପରିବାର ର ବୟସ୍କ ମାନଙ୍କୁ ସସମ୍ମାନେ ଗୁରୁତ୍ୱ ଦେବାଭଳି ଏକ ବିରାଟ ବାର୍ତ୍ତା ପ୍ରଦାନ କରିଥିଲେ ଉକ୍ତ ନାଟ୍ୟାନୁଷ୍ଠାନ । ନାଟ୍ ସବୁର ବିଚାରକ ଭାବରେ ଆଜି ମଧ୍ୟ ଡ. ଦ୍ୱାରିକା ନାୟକ, ଡ.ସୁଧାଂଶୁ ଶେଖର ପଟ୍ଟନାୟକ, ହରିହର ପ୍ରଧାନ ଓ ପ୍ରସନ୍ନ ଦାଶ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ ।