ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ କୁ ଜିଲ୍ଲାପାଳଙ୍କ ଗସ୍ତ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

0
128
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୬/୧୨) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ କୁ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ ।

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ କୁ ଜିଲ୍ଲାପାଳ ଙ୍କ ସହ ବିଡିଓ ନୃସିହ ଚରଣ ସେଠୀ, ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଥମେ ନବ ନିର୍ମିତ ବ୍ଲକ ମିଶନ ଶକ୍ତି ଭବନ ବୁଲିବା ପରେ ସ୍ଥାନୀୟ ନିର୍ମାଣ ଧିନ ଇନ଼୍ ଡୋର ଷ୍ଟାଡିୟମ୍ କାର୍ଯ୍ୟ ପରିଲକ୍ଷିତ କରିଥିଲେ ।

ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଅସଡା ଗ୍ରାମ ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପରିବା ଚାଷ କରାଯାଇଥିବା ଜମି ବୁଲି ଦେଖିଥିଲେ । ସେଠାରୁ ବାହାରି ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ର ବୁରୁକୁଡୁ ଠାରେ ପ୍ରେସ ଖୋଲି ୟୁନିଟ୍ ଓ ଚପଲ ୟୁନିଟ୍ ଦେଖି ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ । ଗୁଡ଼ାରୀ ବ୍ଲକ ର ସାନହୁମା ଗ୍ରାମ ପଞ୍ଚାୟତ ର ଲୋକନାଥ ପୁର ହାଇସ୍କୁଲ ପରିଦର୍ଶନ କରିଥିଲେ । ପରିସରରେ ସ୍ତାନୀୟ ନିର୍ମିତ ଥିବା ମିନି ଷ୍ଟାଡିୟମ୍ କାର୍ଯ୍ୟ ପରିଲିକ୍ଷିତ କରିଥିଲେ ।