ଅଗ୍ନିକାଣ୍ଡରେ ୨ଟି ବାଛୁରୀ ଓ ଛେଳି ଜୀବନ୍ତ ଦଗ୍ଧ

0
91
ଅଗ୍ନିକାଣ୍ଡରେ ୨ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୩/୦୨) : ବିଳମ୍ବିତ ରାତିରେ ଜଳିଗଲା ୬ ବଖରା ଘର । ଅଗ୍ନିକାଣ୍ଡରେ ୨ଟି ବାଛୁରୀ ଓ ଛେଳି ଜୀବନ୍ତ ଦଗ୍ଧ । ବିଦ୍ୟୁତ ସର୍ଟ ସର୍କିଟରୁ ଘଟିଲା ଅଗ୍ନିକାଣ୍ଡ ।

ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତ ବାହାର ପଳା ଗ୍ରାମର ୧୧ ନଂ ୱାର୍ଡରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଗାଁ’ର ରାଜେନ୍ଦ୍ର ମଲ୍ଲିକ ଓ ଯୁଧିଷ୍ଠିର ମଲ୍ଲିକଙ୍କ ୬ ବଖରା ଘର ସହ ଅଗ୍ନିକାଣ୍ଡରେ ୨ଟି ବାଛୁରୀ ଓ ଛେଳି ଜୀବନ୍ତ ଦଗ୍ଧ । ସବୁକିଛି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି । ନିଆଁକୁ ଆୟତ୍ତ କରିବାକୁ ଯାଇ ୩ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡ କାରଣରୁ ସବୁକିଛି ଜଳିପୋଡି ପାଉଁସ ହୋଇଯାଇଥିବାବେଳେ ଗ୍ରାମବାସୀ ସହାୟତା ପାଇଁ ନିବେଦନ କରିଛନ୍ତି ।