ଗୋଟିଏ ପରିବାରର ୩ ମୃତ, ହତ୍ୟା ନା ଆତ୍ମହତ୍ୟା ଖୋଳତାଡ କରୁଛି ପୋଲିସ

0
90
କରୁଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୩/୦୨) : ଲକ୍ଷ୍ମୀପୁର ବ୍ଲକ୍ ତୟାପୁଟ ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ହୋଇଥିବା ଜଣାପଡିଛି ।

ଆତ୍ମହତ୍ୟା ନା ହତ୍ୟାକୁ ନେଇ ଲକ୍ଷ୍ମୀପୁର ପୋଲିସର ତନାଘନା । ସ୍ଵାମୀ ଲିଙ୍ଗରାଜ ବିଷୋଇ, ସ୍ତ୍ରୀ ଜୋତ୍ସ୍ନା ବିଷୋଇ ଏବଂ ଦୁଇ ବର୍ଷର ଶିଶୁ ବେକରେ ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମାହତ୍ୟା ର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତା’ର ଖୋଳତାଡ କରୁଛି ପୋଲିସ ।