କାରଦୁର୍ଘଟଣା ରେ ଯୁବକର ମୃତ୍ୟୁ

0
85
କାରଦୁର୍ଘଟଣା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୩/୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର କଲୋନି ସାହିର ଯୁବକ ପ୍ରଶାନ୍ତ ପ୍ରାସ୍କା (୨୦) କାରଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।WhatsApp Image 2023 02 13 at 10.22.20 1 କାରଦୁର୍ଘଟଣା ରେ ଯୁବକର ମୃତ୍ୟୁ

ପୁଲିସ କହିବା ଅନୁଯାୟୀ ଶନିବାର ରାତ୍ରରେ ଏକ କାର ଗାଡ଼ିରେ ପ୍ରଶାନ୍ତ ପ୍ରାସ୍କା ଓ ତାର ସାଙ୍ଗ ଅରୁଣ କରକରିଆ ମାଝୀଗୁଡା ଠାରୁ କୁମ୍ଭାରଗୁଡା ଛକକୁ ଯାଇ ବିଳମ୍ବିତ ରାତ୍ରରେ ଫେଉଥିବା ବେଳେ ଗାଡିଟି ଦ୍ରୁତ ଗତିରେ ଥିବା ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । କାରଦୁର୍ଘଟଣା ଫଳରେ ଗାଡିଟି ଭାଙ୍ଗି ଯାଇଥିଲା କିନ୍ତୁ ପ୍ରଶାନ୍ତ କୁ ଗୁରୁତ୍ୱ ମାଡ ବାଜିଥିବା ବେଳେ ସାଥି ଅରୁଣ ସାମାନ୍ୟ ଆହତ ହୋଇଥିଲେ । ଉକ୍ତ ଖବର ପୁଲିସ ଜାଣିପାରି ସକାଳୁ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଗୁରୁତ୍ୱ ପ୍ରଶାନ୍ତ କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ଧୀନ ଅବସ୍ଥାରେ ଆଜି ପ୍ରଶାନ୍ତ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଏହାକୁ ୨୭୯/୩୦୪ ଏ ଆଇ ପି ସି ରେ ଏକ ମାମଲା ରୁଜ୍ଜୁ କରିବା ପରେ ଶବ ଜବତ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲେ । ମୃତ୍ୟୁ ଯୁବକ ମାଝୀଗୁଡା କଲୋନୀ ସାହିର ହୋଇଥିବା ବେଳେ ଅରୁଣ ନିମାଝୋଲା ବୋଲି ଜଣାପଡିଛି ।