ପୁରୁଣା କାନ୍ଥ ଭୁଶୁଡ଼ି ଯିବାରୁ ଚାରିଜଣ ଶିଶୁ ଆହତ

0
94
ପୁରୁଣା କାନ୍ଥ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୨) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୃଷ୍ଣନଗର ଗାଁ ନିକଟରେ ଥିବା ପୁରୁଣା କାନ୍ଥ ଭୁଶୁଡ଼ି ଯିବାରୁ ଚାରିଜଣ ଶିଶୁ ଆହତ ହୋଇଛନ୍ତି ।

ଆହତ ଶିଶୁ ମାନେ ହେଲେ ନନ୍ଦିନୀପଲ୍ଲୀ ଗ୍ରାମର ଜମ୍ଭୁ ମୂଳି ଙ୍କ ପୁଅ ରୁସନ୍ ମୁଳି, ନନ୍ଦିନୀ ନାୟକ ବଡ଼ ପୁଅ ରାହୁଲ ନାୟକ, ସାନପୁଅ କାଂହା ନାୟକ ଓ ଝିଅ ଲିପି ନାୟକ । ସୂଚନା ମୁତାବକ ପରିବାର ସହ ଶିଶୁ ମାନେ ନନ୍ଦିନୀପଲ୍ଲୀ ଗ୍ରାମରୁ କୃଷ୍ଣନଗରରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଘର ନିକଟରେ ଥିବା ପୁରୁଣା କାନ୍ଥ ଉପରେ ଚଢ଼ି ଶିଶୁ ମାନେ ଖେଳୁଥିବା ସମୟରେ କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ଶିଶୁ ମାନେ ଆହତ ହୋଇଥିଲେ । ପିଲାଙ୍କ କାନ୍ଦ ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି ଶିଶୁ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ । ସେଠାରେ ଶିଶୁ ମାନଙ୍କ ଚିକିତ୍ସା ଚାଲିଛି । ଚିକିତ୍ସା ପରେ ଶିଶୁ ମାନଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।