୨୫ ଜଣ ଛାତ୍ରୀ ଅସୁସ୍ଥ ଥିବାବେଳେ ୩ ଗୁରୁତର

0
99
୨୫ ଜଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୧୯/୦୨) : ସୋର ପୌରପାଳିକା ଅଧୀନ ପୁରୁବାଇ କନ୍ୟାଶ୍ରମର ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତିନି ଜଣ ଗୁରୁତର ହେବା ଫଳରେ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ସନ୍ଧ୍ୟାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀର ମୃତ୍ୟୁବରଣ ହୋଇଥିଲା । ଆଜି ପୁଣି ୨୫ ଜଣ ଛାତ୍ରୀ ଜଣେ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଅଛନ୍ତି । ଆଜି ଆଶ୍ରମକୁ ତଦନ୍ତ କରିବାକୁ ଜିଲ୍ଲା ସ୍ତରରୁ ଆସିଥିବା ଅଧିକାରୀ ଏବଂ ଡାକ୍ତରୀ ଟିମ କୌଣସି ପ୍ରତିକ୍ରିୟା ନଦେବା ଆଶ୍ରମର ଅବ୍ୟବସ୍ଥାକୁ ପଦାରେ ପକାଇଛି ।

ପିଲା ମାନଙ୍କୁ ଚାରି ଦିନ ହେବ ଜ୍ୱର ଲାଗି ରହିଥିବା କହିଥିବା ବେଳେ ପିଲା ମାନଙ୍କୁ ଆଶ୍ରମ କର୍ତ୍ତୃପକ୍ଷ ଠିକ ଭାବରେ ଚିକିତ୍ସା କରିନଥିବାରୁ ଏପରି ଘାଟଣା ଘଟିଥିବା କୁହାଯାଉଛି । ଚାରି ଦିନ ଜ୍ୱର ଲାଗି ରହିଥିବା ବେଳେ କାହିଁକି ଛାତ୍ରୀ ମାନଙ୍କୁ ଡାକ୍ତରଖାନା ଅଣା ଯାଇନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ବାର ଏହି ଆଶ୍ରମରେ ଛାତ୍ରୀଙ୍କ ମୃତ୍ୟୁ ଘାଟଣା ଘଟି ଥିଲେ ମଧ୍ୟ ତଦନ୍ତ ସମୟରେ ଆଶ୍ରମ ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରବେଶ କରାଇନଥିଲା । ଘାଟଣାକୁ ନେଇ ସ୍ଥାନୀୟ ଲୋକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଘାଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।