ହାତୀ ଦାନ୍ତ ଜବତ, ଦୁଇ ଗିରଫ

0
127
ହାତୀ ଦାନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୦/୦୨) : ମୈତ୍ରୀ ବିହାର ଥାନା ପୋଲିସ ହାତରେ ହାତୀ ଦାନ୍ତ ଚୋରା ଚାଲାଣକାରି । ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି ।

ସନ୍ଧ୍ୟାରେ ପାଟ୍ରୋଲିଙ୍ଗ ସମୟରେ ଖବର ପାଇଁ ସୈନିକ ସ୍କୁଲ ନିକଟ ରେ ବ୍ଲକିଙ୍ଗ କରି ଧରିଲା ପୋଲିସ । ୩ କିଲୋ ଓଜନର ଖଣ୍ଡେ ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି । ୩ ଟି ମୋବାଇଲ, ଲୁନା ଗାଡି ଜବତ ହୋଇଛି ।ଦୁଇ ଚୋରା ଚାଲାଣ କାରି ହେଉଛନ୍ତି ଗିରିଶ କୁମାର ନାୟକ, ଦୀପକ ସାହୁ । ଦୁଇ ଅଭିଯୁକ୍ତ ଓ ଖଣ୍ଡେ ହାତୀଦାନ୍ତ କୁ ବନ ବିଭାଗ କୁ ହସ୍ତାନ୍ତର କଲା ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ରାଜ୍ୟରେ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ବନବିଭାଗ କରୁଛି କ’ଣ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।