ବାଲି ମାଫିଆଙ୍କ ଆକ୍ରମଣରେ ତହସିଲଦାର ଗୁରୁତର

0
157
ବାଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୩/୦୨) : ବାଲିମାଫିଆଙ୍କ ଆକ୍ରମଣରେ ତହସିଲଦାର ଗୁରୁତର । ବାଲି ଚୋରା ହେଉଥିବା ବେଳେ ଖବର ପାଇଁ ଘଟଣା ସ୍ଥଳକୁ ଯାଇଥିବା ବେଳେ ବାଲି ମାଫିଆ ମାନେ କେନ୍ଦ୍ରାପଡାର ଡେରାବିଷ ତହସିଲଦାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏ ନେଇ ତହସିଲଦାର ଅକ୍ଷୟ କୁମାର ପରିଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି । ଗତ ୧୭ ତାରିଖ ଦିନରେ ଡେରାବିଷ ତହସିଲ ଅଧିନ ଗୁଆଳସିଂ ଠାରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ତହସିଲଦାରଙ୍କ ସମେତ ଆରଆଇ ଓ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ଏକ ବାଲିବୋଝେଇ ଟ୍ରକକୁ ଅଟକାଇ ଡ୍ରାଇଭରକୁ ୟାଇ ଫର୍ମ ମାଗିଥିଲେ ।

ଡ୍ରାଇଭର ଦେଖାଇବା ପରେ ସନ୍ଧେହ ହେବାରୁ ଟ୍ରକକୁ ଅଫିସକୁ ନେବାକୁ କହିଥିଲେ । ହେଲେ ଡ୍ରାଇଭର ଫୋନ କରି ଅନ୍ୟମାନଙ୍କୁ ଡାକିବାରୁ ତିନି ଜଣ ଦୁର୍ବୁତ୍ତ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ସେ ଅସୁରକ୍ଷିତ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ସେ ମଧ୍ୟ ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅବଗତ କରାଇ ଥିବା କହିଛନ୍ତି ।