ଆମ୍ବୁଲାନ୍ସ ସହ ଗଂଜେଇ ଜବତ, ଜଣେ ଗିରଫ

0
155
ଆମ୍ବୁଲାନ୍ସ ସହ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୨) : ଅଭିନବ ଉପାୟରେ ଗଞେଇ ଚୋରାଚାଲାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ତାକୁ ଧରିବାରେ ସଫଳ ହୋଇଛି । ଆମ୍ବୁଲାନ୍ସ ସହ ଗଂଜେଇ ଜବତ ।

ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ମନମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ଗାଡିକୁ କୁଞ ଛକ ନିକଟରେ ଅଟକାଇ ଥିଲା । କିନ୍ତୁ ଆମ୍ବୁଲାନ୍ସ ଗାଡିଟି ନ ଅଟକି ପଳାଇ ଯିବାରୁ ତାକୁ ସଦର ବ୍ଲକ ଛକ ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଆମ୍ବୁଲାନ୍ସ ଭିତରୁ ଗଞେଇ ବାହାରି ଥିଲା । ଏହି ଆମ୍ବୁଲାନ୍ସରୁ ପାଖାପାଖି ୪ କୁଇଣ୍ଟାଲ ୨୦କେଜି ଗଞେଇ ବାହାରି ଥିଲା । ଆମ୍ବୁଲାନ୍ସ ସହ ଗଂଜେଇ ଜବତ କରିଛି ଅବକାରୀ ବିଭାଗ । ଆମ୍ବୁଲାନ୍ସଟି ବୌଦ୍ଧ ଜିଲ୍ଲା ରୁ ଗଞେଇ ନେଇ ମନମୁଣ୍ଡା ପଟରୁ ସୋନପୁର ଦେଇ ଛତିଶଗଡ ଯାଉଥିବା ସୂଚନା ଦେଇଛି ଜିଲ୍ଲା ଅବକାରୀ ବିଭାଗ । ଗାଡିରୁ ଜଣେ ଡ୍ରାଇଭର କୁ ଗିରଫ କରିଛି ଅବକାରୀ ବିଭାଗ । ଡ୍ରାଇଭର ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ତେଲିବନ୍ଧ ଗାଁ’ର ଉପେନ୍ଦ୍ର ସାହୁ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷୀକା ସୁମତି ତ୍ରିପାଠୀ ।

ବିଭିନ୍ନ ସମୟ ରେ ଅଭିନୟ ଉପାୟରେ ବାହାର ରାଜ୍ୟ କୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ପଡୋଶୀ ବୌଦ୍ଧ ଜିଲ୍ଲାରୁ ବହୁ ପରିମାଣ ରେ ଗଂଜେଇ ଚୋରା ଚାଲାଣ ହେଉଥିଲେ ହେଁ ସେ ସବୁ ଅବକାରୀ କିମ୍ବା ପୁଲିସ ର ନଜର କୁ ଆସିପାରୁ ନାହିଁ । ନିୟମିତ ଭାବରେ ଗାଡିମୋଟର ଯାଞ୍ଚ ହେଉନ ଥିବା ଅଭିଯୋଗ ହେଉଛି । ସୁବର୍ଣ୍ଣପୁର ଜିଲ୍ଲା ର ପ୍ରବେଶ ପଥ ବିଶେଷ କରି ବୌଦ୍ଧ ଜିଲ୍ଲା ମନମୁଣ୍ଡା ତେଲନଦୀ ବ୍ରିଜ ରେ ଯାଞ୍ଚ କଡା କଡ଼ି କରାଗଲେ ଗଞ୍ଜେଇ ଚୋରା ଚାଲାଣ ରୋକାଯାଇ ପାରିବ । ନିୟମିତ ଭାବରେ ଚୋରା ଗଞ୍ଜେଇ ମାଫିଆ ମାନେ ଏହି ରାସ୍ତା ଦେଇ ଚାଲାଣ କରୁଥିବା ଜଣାଯାଏ ।