ମିନିଟ୍ରକ୍ ସହ ୧୦ ବାଇକ କୋଇଲା ଜବତ, ୬ ଗିରଫ

0
98
ମିନିଟ୍ରକ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୩/୦୨) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ୨ଦିନ ବିଭିନ୍ନ ସ୍ଥାନରେ ଚଢ଼ଉକରି ମିନିଟ୍ରକ୍ ସହିତ ୧୦ ଟି ବାଇକ ଓ ୭ଟନ୍ ୨୭ କୁଇଣ୍ଟାଲ ଚୋରା କୋଇଲା ଜବତ କରି ଘଟଣା ସ୍ଥଳରୁ ୬ ଜଣଙ୍କୁ ଗିରଫ କରିଛି ।

ପୋଲିସ ସୂତ୍ରରୁ ପ୍ରକାଶ କୁକୁରପେଟା ଡ୍ୟାମ ଛକ ପୂର୍ବରୁ କୋଇଲା ବୋଝେଇ ମିନିଟ୍ରକ୍ ସହିତ ବାଇକ ଜବତ କରି ଜଣେ କୋଇଲା ମାଫିଆଙ୍କୁ ପୋଲିସ ଗିରଫ କରିଥିଲା । ଡ୍ୟାମଛକ ପୂର୍ବରୁ ପୋଲିସ ମିନିଟ୍ରକ ସହିତ ୭ ଟନ କୋଇଲା ଓ କୋଇଲା ଗାଡିକୁ ଆଗୁଆ ଏସ୍କଟ ଦେଉଥିବା ବାଇକକୁ ଜବତ କରିଛି । ଘଟଣା ସ୍ଥଳରୁ କିଛି ଆସାମୀ ଫେରାର ହୋଇଥିବା ବେଳେ ସନ୍ତରାବନ୍ଧ ଗ୍ରାମର ଗୋବର୍ଦ୍ଧନ ପ୍ରଧାନଙ୍କୁ ଗିରଫ କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସେହିପରି ଚାଙ୍ଗୁଡ଼ିଆ ଓ ସନ୍ତରାବନ୍ଧ ରାସ୍ତାରେ ଦୁଇଟି ସ୍ଥାନରେ ୨ ଟିମ କଣିହାଁ ଅଞ୍ଚଳରୁ ଆସୁଥିବା ଚୋରା କୋଇଲା ବୋଝେଇ ବାଇକ ଗୁଡିକୁ ଚଢ଼ାଉ କରିଥିଲେ ।

ଚାଙ୍ଗୁଡ଼ିଆ ଗାଁ ନିକଟରୁ କଣିହାଁ ଥାନା ବଇଣ୍ଡା ଗ୍ରାମର ସରୋଜ ନାଏକ, ବାବୁଲା ବେହେରା, ଜିତୁ ବେହେରା ଓ ଛେଣ୍ଡିପଦା ଥାନା ଫୁଲଝରି ଗ୍ରାମର ମାନୁ ନାଏକଙ୍କୁ ଗିରଫ କରିଥିବା ବେଳେ ଜଣେ ବାଇକ ଛାଡି ଫେରାର ହୋଇଯାଇଛନ୍ତି । କିଛି ସମୟ ବ୍ୟବଧାନରେ ସେଇ ରାସ୍ତାରେ ୨ କିମି ଦୂରରେ ଆଉ ଏକ ପୋଲିସ ଟିମ ଚଢ଼ାଉ କରି କଣିହାଁ ଥାନା ବଇଣ୍ଡା ଗ୍ରାମର ପିଣ୍ଟୁ ବେହେରାଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ପୋଲିସ ଚୋରା କୋଇଲା କାରବାରରେ ସମ୍ପୃକ୍ତ ୩ ଜଣ ନାବାଳକଙ୍କ ନାଁ’ରେ ମାମଲା ରୁଜ୍ଜୁ କରି ତାଙ୍କ ବାପାଙ୍କ ଜିମାରେ ଛାଡ଼ିଥିଲେ ।