ନିଆଁ ଲାଗି ୮ ବଖରା ଭସ୍ମୀଭୂତ

0
128
ନିଆଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୭/୦୨) : ଅନୁଗୁଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ନିଆଁ ଲାଗି ୮ବଖରା ଭସ୍ମୀଭୂତ ହୋଇଯାଇଛି ।

ସୂଚନା ଯେ, ଗୋଟିଏ ଘରେ ବିଦ୍ୟୁତ ସର୍କିଟରୁ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପୁର୍ବରୁ ୮ ଟି ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଛି । ସେହି ଗ୍ରାମର ରବିନ୍ଦ୍ର ନାୟକଙ୍କ ୩ ବଖରା, କୁନି ନାୟକଙ୍କ ୨ ବଖରା, ଛବି ନାୟକଙ୍କ ୨ ବଖରା ଓ ସଜନି ନାୟକଙ୍କ ଗୋଟିଏ ବଖରା ଘର ଜଳି ଯାଇଥିବାବେଳେ ଏକ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ଜେଏସପିଲ୍ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ଫଳରେ ୪ ଟି ପରିବାର ଖୋଲା ଆକାଶ ତଳେ ଥିବାବେଳେ ସରକାରୀ ଅଧିକାରୀ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।