ପୁଣି ଅନୁଗୁଳ ଜିଲ୍ଲାରେ ହାତୀ ଆତଙ୍କ

0
103
ପୁଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୧/୦୩) : କିଛିଦିନର ନୀରବତା ପରେ ପୁଣି ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ ଘଟିଛି ।

ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ । ମୃତକ ଜଣଙ୍କ ହେଉଛନ୍ତି ବନ୍ତଳା ରେଞ୍ଜ ଅନ୍ତର୍ଗତ ବସଲା ପଞ୍ଚାୟତ ସାନଭୂଇଁ ଗାଁ’ର ୬୫ ବର୍ଷୀୟ ଦିବାକର ସାହୁ । ଦିବାକର ନିଜଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ପଡିଆକୁ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ଓ ସ୍ଥାନୀୟ ଲୋକେ ଦିବାକରଙ୍କ ମୃତଦେହକୁ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ । ଦିବାକର ମୃତ୍ୟ ଖବର ପାଇ ଉଭୟ ପୋଲିସ ଓ ବନ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେପଟେ ଦିବାକରଙ୍କ ମୃତ୍ୟକୁ ନେଇ ତାଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।