ଅନୁଗୁଳ ରୁ ଢେଙ୍କାନାଳ ଅଭିମୁଖେ ଫେରୁଥିବା ସମୟରେ ପଞ୍ଚଜନ୍ୟ ବସ ରାସ୍ତା ତଳକୁ ଖସିଲା

0
244

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୧/୧୦) : ଆଜି ଅନୁଗୁଳ ରୁ ଢେଙ୍କାନାଳ ଅଭିମୁଖେ ଫେରୁଥିବା ପଞ୍ଚଜନ୍ୟ ବସ ଟି ସିମିନଇ ନିକଟବର୍ତ୍ତୀ ରାଜରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଛି ।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଅନୁଗୁଳ ରୁ ଢେଙ୍କାନାଳ ଅଭିମୁଖେ ଫେରୁଥିବା ସମୟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ କଲେଜ ପିଲାକୁ ବଞ୍ଚିବାକୁ ଯାଇ ବସ ଚାଳକ ହଠାତ ବ୍ରେକ ମାରିବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା । ବସ ରେ ପ୍ରାୟ ୪୦ ଯାତ୍ରୀ ଆସୁଥିବା ସମୟରେ କାହାର କିଛି କ୍ଷତି ହୋଇନାହିଁ । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ରାସ୍ତା କାମ ସଠିକ ଭାବେ ହୋଇପାରୁ ନଥିବା ହେତୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଅଛି ।