ଆଜିଠୁ ଆରମ୍ଭ +୨ ପରୀକ୍ଷା

0
107
ଆଜିଠୁ ଆରମ୍ଭ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୩) : ଆଜିଠୁ ଆରମ୍ଭ +୨ ପରୀକ୍ଷା । ୧୧୪୫ ସେଣ୍ଟରରେ ପରକ୍ଷା ଦେବେ ୩ ଲକ୍ଷ ୫୭ ହଜାର ପରୀକ୍ଷାର୍ଥୀ ।

୯.୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବାକୁ ଛାତ୍ରଛାତ୍ରୀକୁ ନିର୍ଦ୍ଦେଶ । ଆଜିଠୁ ଆରମ୍ଭ ହେବ ସିଏଚଏସଇ ଦ୍ୱାରା ପରିଚାଳିତ +୨ ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ପରକ୍ଷା ସକାଳ ୧୦ ଟାରୁ ଆରମ୍ଭ ହେବ ।ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନେ ମାତୃଭାଷା ପରୀକ୍ଷା ଦେବେ । ପରୀକ୍ଷା ପାଇଁ ସିଏଚଏସଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂର୍ବାହ୍ନ ୯ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଁଞ୍ଚିବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ୧୫୯୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ୧୧୪୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ବାଣିଜ୍ୟରେ ୨୪ ହଜାର ୩୩୧ ଏବଂ ବିଜ୍ଞାନରେ ୯୩ ହଜାର ୮୯୪ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।