ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରଲୋକ

0
160
ଓଲିଉଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୨) : ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରଲୋକ ହୋଇଛି । ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ପରଲୋକ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ଓଲିଉଡ ଜଗତରେ ସକ୍ରିୟ ଥିଲେ ପିଣ୍ଟୁ । ତାଙ୍କ ବିୟୋଗରେ ସାରା ସିନେଜଗତରେ ଶୋକର ଛାୟା ଖେଳିଯାଇଛି । ନିଜର ନିଖୁଣ ଅଭିନୟରେ ଓଡିଶାବାସୀଙ୍କ ହୃଦୟରେ ଘର କରିଥିଲେ ପିଣ୍ଟୁ ନନ୍ଦ । ଗୌରା ଚରିତ୍ର ହେଉ ବା ଖଳନାୟକ ଚରିତ୍ର ସେ ସବୁବେଳେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି ।

ତାଙ୍କର ଅଭିନୀତ ଓଡ଼ିଆ ଆଲବମ୍ ‘ଏ ଗଉରା’ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା । ଖବର ଅନୁଯାୟୀ ପିଣ୍ଟୁ ନନ୍ଦ ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଲିଭର ପ୍ରତିରୋପଣ ପାଇଁ ପିଣ୍ଟୁଙ୍କୁ ପ୍ରଥମେ ଦିଲ୍ଲୀ ଏବଂ ପରେ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା ।