ମାଝୀ ସାହି ଗାଁରେ ଦମ୍ପତିଙ୍କ ଗଳାକାଟି ହତ୍ୟା ମାମଲା

0
132
ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୨/୦୩) : ସୋରୋ ବ୍ଲକ ସବିରା ପଞ୍ଚାୟତ ମାଝୀ ସାହି ଗାଁ’ରେ ଦମ୍ପତିଙ୍କ ଗଳାକାଟି ହତ୍ୟା ମାମଲା ।

ତଦନ୍ତ ପାଇଁ ଗାଁ’ରେ ପହଞ୍ଚିଲା ଡଗ୍ ସ୍କ୍ବାଡ୍ ଓ ସାଇଣ୍ଟିଫିକ୍ ଟିମ୍ । ଘଟଣା ସ୍ଥଳରେ ଏସ୍‌ଡିପିଓ, ସୋରୋ ଥାନା ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛନ୍ତି । ଗତକାଲି ରାତିରେ ରଘୁନାଥ ବେହେରା ଏବଂ ତାଙ୍କ ସ୍ତ୍ରୀ ପ୍ରଭାତୀ ବେହେରାଙ୍କୁ କେହି ଦୁର୍ବୃତ୍ତ ଉଭୟଙ୍କ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଥିଲା । ଉଭୟ ସ୍ୱାମୀ, ସ୍ତ୍ରୀ ଘର ଠାରୁ କିଛି ଦୂରରେ ଥିବା ତାଙ୍କ କୁକୁଡ଼ା ଫାର୍ମରେ ଶୋଇବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । ହତ୍ୟାର କାରଣ ଏ ଯାଏଁ ଜଣା ପଡ଼ିନାହିଁ ।