ହଷ୍ଟେଲରୁ ଛାତ୍ରୀ ଙ୍କ ମୃତଦେହ ଉଦ୍ଧାର

0
113
ହଷ୍ଟେଲରୁ ଛାତ୍ରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୦୨/୦୩) : ଶିଳ୍ପ ତାଲିମ ଅନୁଷ୍ଠାନ ହଷ୍ଟେଲରୁ ଛାତ୍ରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଆଜି ସକାଳୁ ତାଲିମ କେନ୍ଦ୍ରର ଥିବା ଛାତ୍ରୀ ହଷ୍ଟେଲରୁ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଛାତ୍ରୀ ଜଣକ ତାଲିମ କେନ୍ଦ୍ରରେ (RAC) ଫ୍ରିଜ୍ ଓ ଶୀତ ତାପ ନିୟନ୍ତ୍ରଣ ବିଭାଗର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ମୃତ ଛାତ୍ରୀଙ୍କ ନା ନାଗେଶ୍ଵରୀ ଗଣ୍ଡ । ଛାତ୍ରୀ ଜଣଙ୍କ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଲେଭାଟା ଗ୍ରାମର । ସେ ହଷ୍ଟେଲର ରୁମ୍ ନମ୍ବର -୨ ରେ ରହୁଥିଲେ ।

ଛାତ୍ରୀଙ୍କ ସହ ଆଉ ଦୁଇ ଜଣ ଛାତ୍ରୀ ବି ରହୁଥିଲେ । ତେବେ ଅନ୍ୟ ଦୁଇ ଛାତ୍ରୀ ଗତରାତିରେ ପାଠ ପଢ଼ିବା ପାଇଁ ଅନ୍ୟ ଛାତ୍ରୀଙ୍କ ପାଖକୁ ଯାଇଥିଲେ । ତେବେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କେଉଁ କାରଣରୁ ଘଟିଛି ତାହା ଜଣାପଡିନାହିଁ । ମୃତ୍ୟୁ କିପରି ହୋଇଛି ସେହି ସମ୍ପର୍କରେ ହଷ୍ଟେଲ ସୁପରିଟେଡେଣ୍ଟ କିମ୍ବା ଅଧ୍ୟକ୍ଷ କିଛି ସ୍ୱଷ୍ଟ ଭାବରେ କହି ପାରୁନାହାଁନ୍ତି । ଘଟଣା ସ୍ଥଳରେ ପୋଲିସ୍ ଏ ପର୍ଯ୍ୟନ୍ତ ପହଞ୍ଚି ନଥିବା ସୂଚନା ରହିଛି ।