ପାରିବାରିକ କଳହ ରୁ ଆତ୍ମହତ୍ୟା

0
119
ଆତ୍ମହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୫/୦୩) : ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ । ବଲାଙ୍ଗିର ଗାନ୍ଧିନଗର ପଡାରେ ଦେଖିବାକୁ ମିଳିଛି ଏଭଳି ଅଘଟଣ ।

ମୃତକ ହେଲେ ରୋହିତ ଥାପ୍ପା । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ ଏକ ଭଡା ଘରେ ରହୁଥିଲେ । ଗତକାଲି ରାତିରେ ମଦପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସକାଳୁ ରୋହିତ ଥାପ୍ପା ର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କିଏ ମାରିଦେଇଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଛି ।