ବନ୍ଧୁକ ସହ ଅଫୁଟା ଗୁଳି ଜବତ, ଜଣେ ଗିରଫ

0
103
ବନ୍ଧୁକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୫/୦୩) : ଗଞ୍ଜାମ ଖଲ୍ଲିକୋଟରେ ବିବାହ ଶୋଭାଯାତ୍ରାରେ ଗୁଳି ଚାଳନା ଅଭିଯୋଗ । ବନ୍ଧୁକ ସହ ଅଫୁଟା ଗୁଳି ଜବତ । ଗିରଫ ହୋଇଛି ଅଭିଯୁକ୍ତ ।

ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଲୋଙ୍ଘର ଗାଁ’ରେ ଏକ ବିବାହ ଶୋଭାଯାତ୍ରାରେ ଗୁଳି ଚାଳନା ଅଭିଯୋଗ ହୋଇଛି । ବନ୍ଧୁକ ସହ ଅଫୁଟା ଗୁଳି ଜବତ । ପୋଲିସ ଅଭିଯୁକ୍ତ ଜିତେନ୍ଦ୍ର ପାହାଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗାଁ’ର ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ଶତୃତା ଲାଗି ରହିଥିଲା । ଚଳିତ ମାସ ୧ ତାରିଖ ଦିନ ରାତି ୧୧.୩୦ ମିନିଟ ସମୟରେ ଗୋଟିଏ ଗୋଷ୍ଠୀର ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ବ୍ୟକ୍ତି ଶୋଭା ଯାତ୍ରାକୁ ଅଟକାଇ ଗାଳି ଗୁଲଜ କରିଥିଲେ । ପରେ ଜୀତେନ୍ଦ୍ର ପାହାଣ ଗୁଳି ଚଳାଇଥିଲା । ତେବେ ଗୁଳିଟି କାନ୍ଥରେ ବାଜିଥିଲା । କାହାର କିଛି ହୋଇନଥିବାବେଳେ ସମସ୍ତେ ଭୟଭୀତ ହୋଇଯାଇଥିଲେ ।