ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ

0
131
ଗଞ୍ଜେଇ ସହ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୩) : ଗତ କାଲି କାଶୀନଗର ପୋଲିସ ଙ୍କୁ ଏକ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ ।

ଗଜପତି ଏସ ପି ଙ୍କ ନିର୍ଦ୍ଦେଶ ଓ କାଶୀନଗତ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାଶୀନଗର ପୋଲିସ ପେଟ୍ରୋଲିଙ୍ଗ କରି ଗାଡି ଯାଞ୍ଚ କରୁଥିବା ବେଳେ ୧ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ଏକ ପଲସର ବାଇକ ନ.ଏ ପି କେ. ୯୬୬୬ କୁ ଜବତ କରିଛି । କାଶୀନଗର ପୋଲିସ କେସ ନ.୩୩/୨୩ ରେ ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ପାରଳାଖେମୁଣ୍ଡି ର ଟି. ସୁନୀଲ, ଜାଗର ମଣ୍ଡଳ ବୋଲି ଜଣା ପଡ଼ିଛି । ଏମାନେ କେତେଦିନ ହେଲା ଏହି କାରବାର ଚଳାଇ ଆସୁଥିଲେ । କହିବାକୁ ଗଲେ କାଶୀନଗର ଥାନା ଅଞ୍ଚଳ ରେ ଚୋରା ମାଡ଼ କାରବାର ହେଉଥିଲେ ହେଁ ଗଞ୍ଜେଇ ମିଳିବା ପ୍ରଥମ ଘଟଣା ।