ପ୍ରସୂତୀ ମହିଳା ଓ ଶିଶୁ ଙ୍କ ଚିକିତ୍ସା ଆଳରେ ଅର୍ଥ ଶୋଷଣ, ଆଶା କର୍ମୀ ଙ୍କ ମାତ୍ରାଧିକ ଦୌରତ୍ମ

0
92
ପ୍ରସୂତୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୬/୦୩) : ପ୍ରସୂତୀ ମହିଳା ଓ ଶିଶୁ ଙ୍କ ଚିକିତ୍ସା ଆଳରେ ଅର୍ଥ ଶୋଷଣ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମାଁ ଓ ଶିଶୁ ମୃତ୍ୟୁହାର ରୋକିବା ନିମନ୍ତେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରି ଆସୁଥିବା ବେଳେ ତାହା କାଗଜ, କଲମରେ ସିମୀତ ରହିବା ସାର ହେଉଛି ।WhatsApp Image 2023 03 07 at 05.49.06 1 ପ୍ରସୂତୀ ମହିଳା ଓ ଶିଶୁ ଙ୍କ ଚିକିତ୍ସା ଆଳରେ ଅର୍ଥ ଶୋଷଣ, ଆଶା କର୍ମୀ ଙ୍କ ମାତ୍ରାଧିକ ଦୌରତ୍ମ

ଏପରି ଏକ ଘଟଣା ନଜର କୁ ଆସିଛି । ଟିଟିଲାଗଡ ଥାନା ଅନ୍ତର୍ଗତ ଦୋର୍ଲୋ ଗ୍ରାମ ର ନିତ୍ୟାନନ୍ଦ ନାଗ ତାଙ୍କ ସ୍ତ୍ରୀ ଙ୍କୁ ଆଶା କର୍ମୀ ଙ୍କ ସହ ଆଣି ଭର୍ତ୍ତି କରିଥିବା ବେଳେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିବା ବେଳେ ପ୍ରସବ ପରେ ତାଙ୍କ ଜନ୍ମିତ ଶିଶୁ କୁ ଶିଶୁ ୱାର୍ଡ ରେ ଭର୍ତ୍ତି କରା ଯାଇଥିଲା । ଡାକ୍ତର ଖାନା ରେ ରହି ସୁସ୍ଥତା ପରେ ଶିଶୁ କୁ ଶିଶୁ ବିଶେଷଜ୍ଞ ଡାକ୍ତର ଘରକୁ ଯିବା କୁ ବା ଡିଶ୍ଚାର୍ଜ୍ କରି ତାଙ୍କ ଘରକୁ ଆସିବା କୁ କହିଥିଲେ । ସେଠି ତାଙ୍କ ଶିଶୁ ଦେଖା ଫିସ ଦିଅ କହି ନେଇଥିଲେ । ନା ନା ଆଳରେ ଏହି ଡାକ୍ତର ଖାନା ପ୍ରସୂତୀ ପାଇଁ ଆସୁଥିବା ମହିଳା ଙ୍କ ସମ୍ପର୍କୀୟ ଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇ ତଥା ବଲାଙ୍ଗୀର ଯିବାକୁ ପଡ଼ିବ, ଗର୍ଭବତୀ ଙ୍କ ଜୀବନ ଚାଲି ଯିବ ଆଦି ଭୟଭୀତ କରି ହଜାର, ହଜାର ଟଙ୍କା ଲେଖାଏଁ ଦାବି କରି ଆଦାୟ କରିବା ଭଳି ବିଭିନ୍ନ ମହଲ ରୁ ବାରମ୍ୱାର ଅଭିଯୋଗ ହୋଇ ଆସୁଛି । ଡ଼ାକ୍ତର ଖାନା ରୁ ସୁସ୍ଥ ହୋଇ ଡାକ୍ତର ନିଜ ସରକାରୀ ବାସ ଭବନ କୁ ଡକେଇ ଟଙ୍କା ଦାବି ନୀତି ଦିନିଆ ଘଟଣା ପାଲଟିଛି । ସରକାରୀ ଭାବେ ସମସ୍ତ ମାଗଣା ରେ ଚିକିତ୍ସା ପ୍ରଦାନ ପାଇଁ ଯୋଜନା ଥିବା ସତ୍ତ୍ୱେ ଏଭଳି ଦୁର୍ନୀତି ନେଇ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।