ଉତ୍କଳ ଆଲୁମିନାର ବାଫିଲମାଳି ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ପକ୍ଷରୁ 5 ଷ୍ଟାର ମାନ୍ୟତା

0
274
ଉତ୍କଳ ଆଲୁମିନାର ବାଫିଲମାଳି

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର, (୦୭/୦୩) : ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସ।ଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ 5 ଷ୍ଟାର ମାନ୍ୟତା ୨୦୨୩ ମାର୍ଚ୍ଚ ୧ରେ ‘ଖଣିଜ ଦିବସ’ ଅବସରରେ ପ୍ରଦାନ କରାଯାଇଛି ।

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସ।ଇଟ ଖଣିକୁ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ପକ୍ଷରୁ 5 ଷ୍ଟାର ମାନ୍ୟତା । ଭାରତ ସରକାରଙ୍କ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ତାଙ୍କ ସହିତ ଇସ୍ପାତ ଓ ଖଣି ସଚିବ ଶ୍ରୀ ଭରଦ୍ୱାଜ, ଅତିରିକ୍ତ ସଚିବ ଏବଂ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସର କଣ୍ଟ୍ରୋଲର ଜେନେରାଲ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାମାଜିକ ଦାୟିତ୍ୱ ବଦ୍ଧତା, ପରିବେଶଗତ ଅନୁକୂଳ, ବୈଷୟିକ ଏବଂ ବିଜ୍ଞାନସମ୍ମତ ଭାବରେ ମଜଭୁତ ଖଣିକର୍ଯ୍ୟ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଭୂମି ବ୍ୟବହାର କ୍ଷେତ୍ର ରେ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିବା ସକାଶେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଏହି ଅବସରରେ 5 ଷ୍ଟାର ଖଣି ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଆଇବିଏମ, ନାଗପୁର ପକ୍ଷରୁ ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରାଯାଇଥିଲା । ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ତାହାର ବାଫିଲମାଳି, ଭୂଷାର ଓ ସ୍ମରି ଆଦି ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ ବକ୍ସ।ଇଟ ଖଣି ଗୁଡିକ ସକାଶେ ଚାରିଟି 5 ଷ୍ଟାର ମାନ୍ୟତା ଲାଭ କରି ଆସିଛି । ହିଣ୍ଡାଲକୋର ସର୍ବବୃହତ ଖଣି ଭାବରେ ବାଫିଲମାଳି ବକ୍ସ।ଇଟ ଖଣି ବକ୍ସ।ଇଟ ଉତ୍ତୋଳନ, ଜମିର ପୁନଃଭରଣା ଏବଂ ପୁନର୍ବାସ, ସିଏସଆର ଏବଂ ଦୀର୍ଘସ୍ଥାୟୀ ପ୍ରୟାସ ସମୂହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୨୧-୨୨ ବର୍ଷ ପାଇଁ ରିଟର୍ନର ଯାଞ୍ଚ, ରେକର୍ଡ ଏବଂ ସଫଳତା ଆଦି ସମୟରେ ଆଇବିଏମ ଅଧିକାରୀ ମାନଙ୍କ ଦ୍ୱାରା କଡାକଡ଼ି ତଦାରଖ କରାଯିବାପରେ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ବାଫିଲମାଳି ବକ୍ସ।ଇଟ ଖଣିକୁ ଏସଡ଼ିଏଫ ସର୍ତ୍ତାବଳିନ ଅନୁପାଳନ କରି ଏହାର ପ୍ରଶଂସନୀୟ ଏବଂ ସଠିକ କାର୍ଯ୍ୟ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ସମାରୋହରେ ଶ୍ରୀ ରାଜେଶ ଗୁପ୍ତ, ବିଜନେଓ ହେଡ଼, ହିଣ୍ଡାଲ୍କୋ, ଶ୍ରୀ ବ୍ରିଜେଶ ଝା, ବକ୍ସ।ଇଟ ହେଡ଼, ହିଣ୍ଡାଲ୍କୋ, ଶ୍ରେ ମୁକେଶ କୁମାର ଝା, ମାଇନ୍ସ ହେଡ଼, ଉତ୍କଳ ଆଲୁମିନା, ଶ୍ରୀ କେ ସି ଜ୍ୟୋତିଷି, ଜିଓଲୋଜି ହେଡ଼, ଉତ୍କଳ ଆଲୁମିନା ଏବଂ ଶ୍ରୀ ପ୍ରଦ୍ୟୁମ୍ନ ଦାସ, ମ୍ୟାନେଜର ମାଇନ୍ସ, ଉତ୍କଳଲୁମିନା ଏବଂ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଉତ୍କଳ ଆଲୁମିନାର ୟୁନିଟ ହେଡ଼ ତଥା ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ ଆନନ୍ଦ ପ୍ରକାଶ କରିବା ସହିତ ଏହି ପୁରସ୍କାର ନିମନ୍ତେ ଆଇବିଏମକୁ କୃତଜ୍ଞତା ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଉତ୍କଳ ଆଲୁମିନା ଦୀର୍ଘସ୍ଥାୟୀ ଖଣି ମାନକ ଅନୁପାଳନ କରି ଜନସାଧାରଣଙ୍କର ସାମଗ୍ରିକ ବିକାଶ ନିମନ୍ତେ ସର୍ବଦା ପ୍ରତିବଦ୍ଧ ରହିଛି ।