ଭିଜିଲାନ୍ସ ଚଢ଼ାଉ, ଧରାପଡିଲେ ବନାଞ୍ଚଳ ଅଧିକାରୀ

0
119
ଅଧିକାରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୭/୦୩) : ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ । ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

କୋରାପୁଟ ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଅଟକ ରଖି ତାଙ୍କୁ ପଚରାଉଚରା କରାଯାଉଛି । ସୁରଜିତ ସାହୁ ଭୁବନେଶ୍ଵର ଯାଉଥିବା ବେଳେ, ବାଟରୁ ତାଙ୍କୁ ଭିଜିଲାନ୍ସ ଉଠାଇ ନେଇଛି । ଭିଜିଲାନ୍ସ ଅଧିକାରୀ ମାନେ ଲମତାପୁଟରେ ପହଞ୍ଚି ତାଙ୍କ କାର୍ଯ୍ୟାଳୟରେ ଖୋଲତାଡ଼ କରୁଛନ୍ତି । ଭିଜିଲାନ୍ସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।