ପାଡୁଆ ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ୩ ଅନ୍ତରାଜ୍ୟ ମାଫିଆ ଗିରଫ

0
100
ପାଡୁଆ ପୋଲିସ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୧୪/୦୩) : ପୁଣି ପାଡୁଆ ଏବଂ ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ପାଡୁଆ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲଡା ଗ୍ରାମ ନିକଟରୁ ବିଶାଖାପାଟଣା ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୩ ଅନ୍ତରାଜ୍ୟ ମାଫିଆ ଙ୍କୁ ମାଡ଼ିବସିବା ସହ ୩୦ କେଜି ଗଞ୍ଜେଇ ଏବଂ ମଟର ସାଇକେଲ ଜବତ କରିଛି ପୋଲିସ ।WhatsApp Image 2023 03 15 at 09.58.12 ପାଡୁଆ ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ୩ ଅନ୍ତରାଜ୍ୟ ମାଫିଆ ଗିରଫ

ଗିରଫ ତିନିଜଣ ମହାରାଷ୍ଟ୍ର ପୁନେ ଅଞ୍ଚଳ ର ଅଭିଷେକ ଦୁବେ, ଶିବମ ବାଦ୍ରେ ଏବଂ ସାଗର ବାଦ୍ରେ ବୋଲି ଜଣା ପଡିଛି । ପାଡୁଆ ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇ ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାର ହବ ବୋଲି ପୋଲିସ ସୂଚନା ଦେଇଛି । ସେହିଭଳି ବିଶେଷ ସୂତ୍ର ରୁ ଖବର କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍.ଡି.ପିଓ ଙ୍କ ନେତୃତେ ରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ବିଜଗୁଡା ଗ୍ରାମ ନିକଟରେ କିଛି ଚାଷୀ ଗଞ୍ଜେଇ ଅମଳ କରି ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ଖବର ପାଇ ଚଢାଉ କରିଥିଲେ । ପୋଲିସ ଆସିବା ଦେଖି ଦୁଇ ଚାଷୀ ଫେରାର ହୋଇଯାଇଥିବା ବେଳେ ୬ ଟି ବସ୍ତାରେ ୧୬୦ କେଜି ଗଞ୍ଜେଇ ଛାଡି ଫେରାର ହୋଯାଇଛନ୍ତି । ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୧୬ ଲକ୍ଷ ହେବ ବୋଲି ପୋଲସ ସୂଚନା ଦେଇଛି । ଏବଂ ଫେରାର ଥିବା ଚାଷୀଙ୍କୁ ଚି଼ହ୍ନଟ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରଛି ମାଛକୁଣ୍ଡ ପୋଲିସ ।