ଆଜିଠୁଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିୟା ଦିନିକିଆ ଶୃଙ୍ଖଳା

0
108
ଆଜିଠୁଆରମ୍ଭ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୩) : ଆଜିଠୁଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିୟା ଦିନିକିଆ ଶୃଙ୍ଖଳା । ୧୭, ୧୯ ଓ ୨୨ ତାରିଖରେ ଖେଳାଯିବ ୩ଟି ମ୍ୟାଚ୍ । ତେବେ ହୋମଗ୍ରାଉଣ୍ଡରେ କଙ୍ଗାରୁ ଟିମ୍ କୁ ଧୂଳି ଚଟାଇବାକୁ ନେଟ୍ ପ୍ରାକ୍ଟିସ କରୁଛି ଦଳ ।

ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଜିଠୁଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିୟା ଦିନିକିଆ ସିରିଜରେ ପ୍ୟାଟ୍ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ସ୍ମିଥ୍‌ । ମାଆଙ୍କ ଦେହାନ୍ତ କାରଣରୁ ଟେଷ୍ଟ ସିରିଜରୁ ଅଧାରୁ ସ୍ୱଦେଶ ଫେରିଯାଇଥିବା କମିନ୍ସ । ସେପଟେ ଡେଭିଡ୍‌ ୱାର୍ଣ୍ଣର ଦିନିକିଆ ଦଳକୁ ଫେରିବେ। ଅଷ୍ଟନ୍ ଅଗର ମଧ୍ୟ ପ୍ରତ୍ୟାବର୍ତନ କରିବା ସହ ଆଦାମ ଜାମ୍ପାଙ୍କ ସହ ସ୍ପିନ୍ ଭୂମିକା ସମ୍ଭାଳିବେ । ଦୁଇ ବରିଷ୍ଠ ଅଲ୍‌ରାଉଣ୍ଡର୍‌ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ସ ମଧ୍ୟ ଏହି ଶୃଙ୍ଖଳାରେ ଦଳକୁ ଫେରିଛନ୍ତି । ଅନ୍ୟପଟେ ପ୍ରଥମ ଦିନିକିଆରେ ଖେଳିବେନି ଭାରତର ଅଧିନାୟକ ରୋହିତ ଶର୍ମା । ତାଙ୍କ ବଦଳରେ ନେତୃତ୍ୱ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-ଟି୨୦ ଦଳର ନେତୃତ୍ଵ ନେଇ ସାରିଛନ୍ତି । ତେବେ ଦ୍ଵିତୀୟ ଦିନିକିଆଠୁ ରୋହିତ ଶର୍ମା ଦଳକୁ ଫେରିବା । ପ୍ରଥମ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨୨ ରେ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିଅମରେ ଖେଳାଯିବ ।