ବ୍ରହ୍ମଗିରି ପୋଲିସ ହାତରେ ବଡ ରାକେଟ

0
86
ବ୍ରହ୍ମଗିରି ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୮/୦୩) : ପୁରୀରେ ବନ୍ଧା ହେଲେ ଠକ ୪୨୦ । ବ୍ରହ୍ମଗିରି ପୋଲିସ ହାତରେ ଲାଗିଛି ବଡ ରାକେଟ । ଅନ୍ତଃଜିଲ୍ଲା ଠକଙ୍କୁ କାବୁ କରି କୋଟ ଚାଲାଣ କଲା ବ୍ରହ୍ମଗିରି ପୋଲିସ ।

ଠକଙ୍କ ଟାଗ୍ରେଟରେ ରହିଥିଲେ ଶିକ୍ଷିତ ଯୁବକ ଓ ଯୁବତୀ । ମିଛ ଚାକିରି ଓ ନକଲି ନିଯୁକ୍ତି ପତ୍ର ଧାରଇ ଦେଇ ଯୁବକ ଯୁବତୀଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟି ନେଇଥିଲେ ଠକ ମାନେ । ଲକ୍ଷଲକ୍ଷ ଟଙ୍କା ନେଇ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲରେ ଚାକିରି କରାଇଦେବାକୁ ନିଯୁକ୍ତି ପତ୍ର ଧରାଇ ଦେଉଥିଲେ ଠକ । ଠକଙ୍କ ମିଛ ଜାଲରେ ବ୍ରହ୍ମଗିରି ସମେତ ଜିଲ୍ଲାର ଅନେକ ଅଞ୍ଚଳର ଯୁବକ ଯୁବତୀ ମାନେ ପଡିଯାଇଥିଲେ । ଠକାମିର ଶିକାର ହୋଇଥିବା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବୁଧଙ୍ଗ ଗ୍ରାମର ସବୁଜ ପ୍ରଶାଦ ପ୍ରଧାନ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ । ବ୍ରହ୍ମଗିରି ପୋଲିସ ଘଟଣାର ତଦନ୍ତ କରିବା ପରେ ଯୁବକ ଯୁବତୀ ମାନଙ୍କ ଠାରୁ ଟଙ୍କା ନେଇ ଥିବା ବ୍ରହ୍ମଗିରି ବ୍ଲକ ପଲ୍ଲୀ ଗ୍ରାମର ପୋଷ୍ଟ ପିଅନ ଭାବେ କାର୍ଯ୍ୟକରୁଥିବା କାର୍ତୀକ ସେଠୀ ଓ ସଦରଥାନା ଅନ୍ତର୍ଗତ ନାଲିହଣା ଗ୍ରାମର ବଟକୃଷ୍ଣ ଭୋଇଙ୍କୁ ଗିରଫ କରି କୋଟଚାଲାଣ କରିଛି ବ୍ରହ୍ମଗିରି ପୋଲିସ୍ ।