ଶ୍ରମିକ ମହାସଂଘ ଷୋହଳ ଦଫା ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
80
ଶ୍ରମିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୧୮/୦୩) : ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ନିର୍ମାଣଶ୍ରମିକ, ମନରେଗାଶ୍ରମିକ, ଦାଦନ ଓ ପ୍ରବାସୀଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହିତ ଷୋହଳ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ଶ୍ରମିକ ମହାସଂଘ ତରଫରୁ ଦୀର୍ଘଦିନ ହେଲା ବିଭିନ୍ନ ଦାବିପତ୍ର ପ୍ରଦାନ କଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କୌଣସି କର୍ଣ୍ଣପାତ କରୁନାହିଁ ବୋଲି ଶ୍ରମିକ ନେତା ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ଦାଦନ ଓ ମରୁଡି ପ୍ରବଣ ଜିଲ୍ଲା ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା, ଶିଥଳତା ଓ ନିଷ୍କ୍ରିୟତା ଶ୍ରମିକମାନଙ୍କ ଦୁର୍ଦ୍ଦଶାର କାରଣ ସାଜିଛି। ଦାଦନମୁକ୍ତ ନୂଆପଡା ଜିଲ୍ଲା ସହିତ ସ୍ଵତନ୍ତ୍ର ପ୍ୟାକେଜ ଓ ସାମାଜିକ କଲ୍ୟାଣ ଯୋଜନା ଘୋଷଣା, ତୁରନ୍ତ ସର୍ଵନିମ୍ନ ମଜୁରୀ ଘୋଷଣା, ପ୍ରତ୍ୟେକ ବ୍ଲକରେ ଅତିରିକ୍ତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ଶିକ୍ଷା ସହାୟତା, ମୃତ୍ୟୁ,ପ୍ରସବ କାଳୀନ ସହାୟତା ସହ ତୃତୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ ପରିବର୍ତ୍ତେ ଜିଲ୍ଲା ସ୍ତରରେ ନିଯୁକ୍ତି ଭଳି ଦାବିପତ୍ର ଦିଆଯାଇଛି।