ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଥିବା ଶିବମନ୍ଦିର ରୁ ଘଣ୍ଟ ଚୋରି ଥାନାରେ ଅଭିଯୋଗ

0
95
ଜଗନ୍ନାଥ ମନ୍ଦିର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୮/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବମନ୍ଦିର ରୁ ଘଣ୍ଟ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଗତ କାଲି ସକାଳେ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଥିବା ଶିବ ମନ୍ଦିରକୁ ବହୁ ଭକ୍ତ ଆସିଥିଲେ । ସେହି ସମୟରେ ମନ୍ଦିରରେ ଘଣ୍ଟ ଲାଗିଥିବା ଭକ୍ତ ମାନେ ଦେଖିଥିଲେ । ଏହାର କିଛି ସମୟ ପରେ ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ ଶିବ ଦର୍ଶନ କରିବା ପାଇଁ ମନ୍ଦିରକୁ ଗଲା ବେଳେ ମନ୍ଦିରରେ ଘଣ୍ଟ ନଥିବା ଦେଖି ମନ୍ଦିର ପୂଜକ ଓ ଭକ୍ତ ମାନଙ୍କୁ ପଚାରି ବୁଝିଥିଲେ । ସମସ୍ତେ ମନ୍ଦିରରେ ଘଣ୍ଟ ଲାଗିଥିବା କହିଥିଲେ । ଏହା ଦିନରେ କେତେ ବେଳେ ଘଣ୍ଟ ଚୋରି ହୋଇଛି । ଏହାକୁ ନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏହାକୁ ନେଇ ପୁଲିସ କୌଣସି ତଦନ୍ତ କରୁନଥିବା କହିଛନ୍ତି ।