୬୦ ଖଣ୍ଡ କେନ୍ଦୁ ଗଣ୍ଡି ଜବତ, ୩ଜଣ ଗିରଫ

0
148
୬୦ ଖଣ୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୦/୦୩) : ବୌଦ୍ଧ ବନ ବିଭାଗକୁ ବଡ଼ ସଫଳତା ପେଟ୍ରୋଲିଂ ବେଳେ ୬୦ ଖଣ୍ଡ କେନ୍ଦୁ ଗଣ୍ଡି ଜବତ ଓ ଟ୍ରକ ସହ ୩ ଜଣ ଆସାମୀକୁ ଗିରଫ କଲା ବନ ବିଭାଗ ।

ବୌଦ୍ଧ ବନଖଣ୍ଡ ଅଧିକାରି ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତିରେ ରାତ୍ରି କାଳିନ ପେଟ୍ରଲିଙ୍ଗ କରୁଥିବା ସମୟରେ ବୌଦ୍ଧ ବନଖଣ୍ଡ ଅଧୀନରେ ଥିବା କଣ୍ଟାମାଲ ରେଞ୍ଜ ଏରିଆରୁ ଏକ ଟ୍ରକ ସହିତ ୬୦ ଖଣ୍ଡ କେନ୍ଦୁଗଣ୍ଡି ଜବତ ଓ ୩ଜଣ ଆସାମୀକୁ ଗିରଫ କରିଛି ବୌଦ୍ଧ ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବିଦ୍ୟାଧର ଦାସ, କମିଶନର କଲୋନୀ ସମ୍ବଲପୁର, ସୁବୀର ପାତ୍ର ଥିବା ସୂଚନା । ଖୁଣ୍ଟିଗୁରା ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ କଣ୍ଟାମାଲ ରେଞ୍ଜରେ ବହୁତ ଦିନର କେନ୍ଦୁ କାଠ ଚୋରିକୁ ରୋକିବା ପାଇଁ ବ୍ଲୁପ୍ଲାନ ଚଲେଇ ଥିଲେ । ଯାହାକି ଆଜି ତାହା ସଫଳ ହୋଇଛି । ବିଶେଷ ସୂତ୍ରରୁ ଖବର ରଖି ଡିଏଫଓ ବୌଦ୍ଧ ଏକ ଟିମ ଗଠନ କରି, କେନ୍ଦୁ କାଠ ଲୋଡ଼ ହୋଇଥିବା ଟ୍ରକ କୁ ବୌଦ୍ଧ ବନକର୍ମ ଚାରି ମାନଙ୍କ ଦ୍ୱାରା ଜବତ କରିଛନ୍ତି ।