ହାଇଦ୍ରାବାଦରେ ୨ ଓଡ଼ିଆ ଶ୍ରମିକ ମୃତ, ୨ ଗୁରୁତର

0
92
ହାଇଦ୍ରାବାଦରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୦/୦୩) : ହାଇଦ୍ରାବାଦରେ ଦୁଇ ଓଡିଆ ଶ୍ରମିକ ମୃତ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତୁରୁବୁଡି ପଞ୍ଚାୟତ ଝଗଡାପଲ୍ଲୀ ଗ୍ରାମର ତିନି ଜଣ ଯୁବକ, ଦିଗପହଣ୍ଡି ବ୍ଲକ ପିମ୍ପଳାପିଲି ଗ୍ରାମର ଜଣେ ଯୁବକ ହାଇଦ୍ରାବାଦର ନାଗରପଲ୍ଲୀରେ ଦାଦନ ଖଟୁ ଥିଲେ ।

ଗତ ୭ ତାରିଖରେ ବିଡ଼ିଏଲ ବାନୁର ଥାନା ପୋଲିସ ଜଣେ ଶ୍ରମିକର ମୃତଦେହ ଜବତ କରିବା ସହ ଗୁରୁତର ଅବସ୍ଥାରେ ତିନିଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ହାଇଦ୍ରାବାଦରେ ୨ ଓଡ଼ିଆ ଶ୍ରମିକ ମୃତ । ମୃତକ ଦୁଇଜଣ ହେଲେ ଝଗଡାପଲ୍ଲୀ ଗ୍ରାମର ବିଶ୍ଵନାଥ ଦଳେଇ (୩୫) ଏବଂ ସେହି ଗ୍ରାମର ଅଭି ଦଳେଇ । ଅନ୍ୟ ଦୁଇଜଣ ଗୁରୁତର ହେଲେ ନିରଞ୍ଜନ ଦଳେଇ ଓ ଦିଗପହଣ୍ଡି ବ୍ଲକ ପିମ୍ପଳାପଲ୍ଲୀ ଗ୍ରାମର ଟୁକୁନା ଶବର ବୋଲି ଜଣାପଡିଥିଲା । ଗୁରୁତରଙ୍କ ନିକଟରୁ ମୋବାଇଲ ନମ୍ବର ସଂଗ୍ରହ କରି ସମ୍ପୃକ୍ତ ପରିବାର ସହ ଯୋଗାଯୋଗ କରିଥିଲା ବାନୁର ପୋଲିସ l ସେଠାକାର ପୋଲିସର ସୂଚନା ଅନୁଯାୟୀ ୪ ଯୁବକ ଗୋଟିଏ ଘରେ ରହି ଶ୍ରମିକ ଭାବେ କାମ କରୁଥିଲେ । ସକାଳୁ ଉକ୍ତ ଘରୁ ଜଣେ ଶ୍ରମିକର ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହେଇଥିବା ବେଳେ ତିନି ଜଣ ଶ୍ରମିକଙ୍କୁ କ୍ଷତ ବିକ୍ଷତ ଅଚେତ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।

ସେପଟେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ସିକନ୍ଦରାବାଦରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ସେପଟେ କାହିଁକି ଏଭଳି ଘଟଣା ହେଲା ? କିଏ ଘଟଣାରେ ସ୍ଲସିଷ୍ଟ ? କିଏ କଲା ଆକ୍ରମଣ ? ଏମାନଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା କି ? ନା ଅନ୍ୟକିଛି କାରଣ ଥାଇପାରେ ? ପୁରା ଘଟଣା ଅସ୍ପଷ୍ଟ ରହିଥିବାବେଳେ ଘଟଣା ର ସଠିକ ତଦନ୍ତ ହେବା ଜରୁରୀ ହୋଇପଡିଛି ।