ଭୁଷୁଡି ଗଲା ହରିହର ଜୋର କେନାଲ : ଚିନ୍ତାରେ ହଜାର ହଜାର ଚାଷୀ

0
97
ଭୁଷୁଡି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୧/୦୩) : ଭୁଷୁଡି ଗଲା ହରିହର ଜୋର କେନାଲ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ହରିହର ଜୋର କେନାଲ ର କୁଞ୍ଜପାଲି ନିକଟରେ କେନାଲ ମଧ୍ୟ୍ୟ ସ୍ଥଳ ରେ ଭାଙ୍ଗିଯାଇଛି ।WhatsApp Image 2023 03 20 at 17.14.05 ଭୁଷୁଡି ଗଲା ହରିହର ଜୋର କେନାଲ : ଚିନ୍ତାରେ ହଜାର ହଜାର ଚାଷୀ

କେନାଲ ଟି ପୁନଃରୁଦ୍ଧାର ବେଳେ କାମ ଅତି ନିମ୍ନମାନର ଯୋଗୁଁ ବାରମ୍ବାର ଭାଙ୍ଗି ଭୁଷୁଡି ପଡୁଥିବା କିଛି ଚାଷୀ କହିଥିବା ବେଳେ କେନାଲ ବିଭାଗ ର ଏସଡିଓ କେନାଲ କୁ କେହି ଦୃବୃତ୍ତ ଭାଙ୍ଗି ଦେଇଥିବା କହୁଛନ୍ତି । କେନାଲ ଭାଙ୍ଗିବା ଦ୍ୱାରା ଏବେ ରବି ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଏହି କେନାଲ ରେ କିଛି ଦିନ ଆଗରୁ ରେଡମ ରାସ୍ତା ନିକଟରେ କେନାଲ ହିଡ଼ ଭାଙ୍ଗି ଯିବାରୁ ଜଙ୍ଗଲ କୁ ପାଣି ବୋହି ଯାଇଥିଲା ସେତେବେଳେ ମଧ୍ୟ୍ୟ ଅଧିକାରୀ କେହି ଭାଙ୍ଗି ତଳ ମୁଣ୍ଡ କୁ ପାଣି ନେବା ପାଇଁ ଏପରି କରିଥିବା କହିଥିଲେ । ଆଜି ହରିହରଜୋର ନିକଟରେ ଥିବା କୁଞ୍ଜାପାଳି ନିକଟରେ କେନାଲ ର ବାମ ପଟ କୁ୩୦ ଫୁଟ ର କେନାଲ ଭାଙ୍ଗି ଯାଇଛି ଯାହାଫଳ ରେ କେନାଲ ରେ ପାଣି ବଂଦ କରିବାକୁ ବାଧ୍ୟ୍ୟ ହୋଇଛି କେନାଲ ବିଭାଗ । କେନାଲ ର ହିଡ଼ର ଅନେକ ସ୍ଥାନରେ ଫାଟ ଦେଖାଦେଇଥିବା ବେଳେ ଆଗାମୀ ଦିନ ରେ କେନାଲ ଆହୁରି ଭାଙ୍ଗିବା ସମ୍ଭାବନା ରହିଛି ।

ଏହି କେନାଲ ଯୋଗେ ଅଞ୍ଚଳ ର ପ୍ରାୟ ଦୁଇ ହଜାର ହେକ୍ଟର ଜମି ଯଥା ମହୁଖଣ୍ଡ, କୁଞ୍ଜାପାଳି, ଖୁଣ୍ଟଲାପାଲି, ରେଡମ, ଗଈଲଗୁଡ଼ି, ଗଡ଼ଗଡ଼ ବାହାଲ, କାଦୋଦର, ବମରାଜ, ରଢ଼ିଆପାଳି, ଯାଲୋଏ, ସହରାପାଳି, କର୍ଣ୍ଣପାଳି, କ୍ଷୀରପୁର, ଶ୍ରଦ୍ଧାଝୁଲି, ଟିକୁଡା,କଲାପଥର, କଇରାଝୁଲି, କୁଡାପଡା, ବକଛେରା ସହରାପାଲି, କ୍ଷୀରପୁର ଅଞ୍ଚଳ ରେ ରବି ଚାଷ ହୋଇ ଥିବା ରୁ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ବିଶେଷ କରି ଯାଲୋଏ ଅଂଚଳ କୁ ପାଣି ଆସି ପାରୁ ନ ଥିବା ରୁ ଚାଷ ପ୍ରଭାବିତ ହୋଇସାରିଛି । ଏଣୁ ତୁରନ୍ତ କେନାଲ କୁ ମରାମତି କରି ଜଳ ଯୋଗାଣ କରିବାକୁ ଦାବି ହେଉଛି ।