ଗଛିତ ୩୦ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ ୩ ମାଲିକ ଫେରାର

0
129
ଗଛିତ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ : (୨୧/୦୩) : ଗଛିତ ୩୦ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ । ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା ।

ବିଶେଷ ସୂତ୍ର ରୁ ଖବର କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍.ଡି.ପିଓ ଙ୍କ ନେତୃତ୍ୱରେ  ମାଛକୁଣ୍ଡ, ଯଲାପୁଟ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ସ୍ୱତନ୍ତ୍ର ଟିମ ଗଠନ କରି ଆନ୍ଦ୍ର ଓଡିଶା ସୀମାନ୍ତ ଖେମୁଣ୍ଡୁପୁଟ ଗ୍ରାମ କୃଷ୍ଣ ବଡ ନାୟକ ଙ୍କ ଘରେ ଗଛିତ ରଖା ଯାଇଥିବା ଗଞ୍ଜେଇ କୁ ଚଢାଉ କରିଥିଲେ । ପୋଲିସ ଆସିବା ଦେଖି କୃଷ୍ଣ ଏବଂ ଦୁଇ ଜଣ ସହଯୋଗୀ ମାନେ ଫେରାର ହୋଇଯାଇଥିବା ବେଳେ ଘରକୁ ଯାଞ୍ଚ କରିବାରୁ ୧୨ ଟି ବସ୍ତାରେ ୩ କୁଇଁଣ୍ଟାଲ ଗଞ୍ଜେଇ ବାହାର କରିଥିଲେ । ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୩୦ ଲକ୍ଷ ହେବ ବୋଲି ପୋଲସ ସୂଚନା ଦେଇଛି । ଏବଂ ଫେରାର ଥିବା ୩ ଜଣ ଙ୍କୁ ଚି଼ହ୍ନଟ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ମାଛକୁଣ୍ଡ ପୋଲିସ ।